୩୫ଘଣ୍ଟା ପରେ ମାରୁତି ପ୍ଲାଣ୍ଟରୁ ଧରାପଡ଼ିଲା ଚିତାବାଘ, ଜନ୍ତାରେ ରଖାଯାଇଥିଲା ୨କିଲୋ ମାଂସ

୮୬କୋଟି ଟଙ୍କାର ଗାଡ଼ି ଉତ୍ପାଦନ ହେଲା ପ୍ରଭାବିତ

ଗୁରୁଗ୍ରାମ: ମାରୁତିର ମାନେସର ପ୍ଲାଣ୍ଟରୁ ଗୁରୁବାର ସକାଳୁ ପଶି ଥିବା ଚିତାବାଘକୁ ଧରାଯାଇଛି। ଦୀର୍ଘ ୩୫ ଘଣ୍ଟାର ମିଳିତ ଅପରେସନ ପରେ ଶୁକ୍ରବାର ଅପରାହ୍ନ ୨ଟାରେ ଚିତାବାଘକୁ ଧରାଯାଇଛି। ଏଥି ପାଇଁ ଇଞ୍ଜିନ ବିଭାଗ ନିକଟରେ ଏକ ଜନ୍ତାରେ ୨କିଲୋ କଞ୍ଚା ମାଂସ ରଖାଯାଇଥିଲା। ଜନ୍ତା ଭିତରକୁ ପ୍ରବେଶ କରିବା ମାତ୍ରେ ଚିତାବାଘକୁ ଇଞ୍ଜେକ୍‌ସନ୍‌ ଦେଇ ଚେତାଶୂନ୍ୟ କରାଯାଇଥିଲା। ପୂର୍ବରୁ ଇଞ୍ଜିନ ବିଭାଗକୁ ଗୁରୁବାର ଠାରୁ ବନ୍ଦ ରଖାଯାଇଥିଲା। ଅନ୍ୟ ୟୁନିଟ ଗୁଡ଼ିକ ଶୁକ୍ରବାର ଚାଲିଥିଲା। ଚିତାବାଘକୁ ଧରିବାରେ ବନ୍ୟପ୍ରାଣୀ ବିଭାଗ, ପଶୁ ବିଭାଗ ଓ ପୁଲିସ କର୍ମଚାରୀ ଲାଗି ପଡ଼ିଥିଲେ। ହରିୟାଣାର ପଞ୍ଚକୁଲାରୁ ଏକ ବିଶେଷଜ୍ଞ ଟିମ୍‌ ଚିତାବାଘକୁ ଧରିବାକୁ ଆସିଥିଲେ।

  • ଚିତାବାଘକୁ ଧରିବା ପାଇଁ ଗୁରୁବାର ୨କିଲୋ ଛେଳି ମାଂସ ଅଣାଯାଇଥିଲା।

  • ଏହା ପରେ ମଧ୍ୟ ଚିତାବାଘକୁ ଧରିବା ସଜନ ନଥିବାରୁ ଶୁକ୍ରବାରା ଜନ୍ତାରେ ୨କିଲୋ କଞ୍ଚା ମାଂସ ଲଗା ଯାଇଥିଲା।

  • ଏଥି ପାଇଁ ପୂର୍ବରୁ ଇଞ୍ଜିନ ବିଭାଗକୁ ବନ୍ଦ କରାଯାଇଥିଲା। କିନ୍ତୁ ପୁରୁଣା ଷ୍ଟକରେ କମ୍ପାନି କାମ ଚାଲୁ ରହିଥିଲା।

ସିସିଟିଭିରେ ଦେଖାଯାଇଥିଲା ଚିତା
-କୃଷ୍ଣ କୁମାର କହିଛନ୍ତି, ଶୁକ୍ରବାର ଯେତେବେଳେ ସେ ସିସିଟିଭି ଦେଖିଲେ, ସକାଳ ୩.୧୫ରେ ଚିତାବାଘ ବୁଲୁଥିଲା।
-ଉଦ୍ଧାରକାରୀ ଦଳ ମାରୁତି ପ୍ଲାଣ୍ଟ ଭିତରକୁ ଯାଇଥିଲେ ମଧ୍ୟ ଚିତାବାଘ ଦେଖି ନଥିଲେ।
-ଏହା ପରେ ସେମାନେ ପୁଣି ଥରେ ପିଞ୍ଜରାରେ ମାଂସ ରଖିଥିଲେ। ଭୋକ ହେଲେ ଚିତା ଯନ୍ତା ଭିତରକୁ ପ୍ରବେଶ କରିବ ଓ ଧରାପଡ଼ିବ।

୧୨୦୦ ଗାଡ଼ିର ଉତ୍ପାଦନ ହେଲା ପ୍ରଭାବିତ
ମାରୁତି କମ୍ପାନିର ମୁଖପାତ୍ର ଅଙ୍କିତ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି, ଗୁରୁବାର ସକାଳୁ ଚିତାବାଘ କମ୍ପାନି ପରିସରକୁ ପ୍ରବେଶ କରିବାରୁ ପ୍ରଥମ ପାଳିରେ କାମ କରିବାକୁ ଆସିଥିବା କର୍ମଚାରୀଙ୍କୁ ସୁରକ୍ଷା ଦୃଷ୍ଟିରୁ ବାହାରେ ରଖାଯାଇଥିଲା। ଗୋଟିଏ ସିଫ୍ଟରେ ପ୍ରାୟ ୧୨୦୦ ଗାଡ଼ି ଉତ୍ପାଦନ ହୋଇଥାଏ। ଏହା ଦ୍ୱାରା ୮୬ କୋଟି ଟଙ୍କାର ବ୍ୟବସାୟ ପ୍ରଭାବିତ ହୋଇଛି।

ସମ୍ବନ୍ଧିତ ଖବର