ହାଇଦ୍ରାବାଦର ଆଇସିଆରଆଇଏସ୍‌ଏଟି କ୍ୟାମ୍ପସରେ ୪ମାସ ପୂର୍ବେ ଦେଖା ଯାଇଥିବା ଚିତାବାଘକୁ କାବୁ କରିବାରେ ସଫଳ ହେଲା ବନ ବିଭାଗ

ହାଇଦ୍ରାବାଦ : ୪ମାସ ତଳେ ହାଇଦ୍ରାବାଦ୍‌ ସ୍ଥିତ ଆଇସିଆରଆଇଏସ୍‌ଏଟି କ୍ୟାମ୍ପସରେ ଏକ ଚିତାବାଘକୁ ସିକ୍ୟୁରିଟି ଗାର୍ଡ ଦେଖିବା ପରେ ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇଥିଲା । ଅଭିଯାନ ୪ମାସ ଧରି ଚାଲିବା ପରେ ମଙ୍ଗଳବାର ଛେଳି ଖାଇବା ଲୋଭ ଦେଖାଇ ବନ ବିଭାଗ ଚିତାବାଘଟିକୁ କାବୁ କରି ନେଇଥିବା ଜଣା ପଡ଼ିଛି । ଚିତାବାଘଟି ୭-୮ବର୍ଷର ହୋଇଥିବା ବେଳେ ତାହାର ଓଜନ ୬୮କେଜି ରହିଛି । କାବୁ କରାଯିବା ପରେ ତାହାର ସ୍ୱାସ୍ଥ୍ୟବସ୍ଥାକୁ ନେଇ ବିଭିନ୍ନ ପ୍ରକାରର ପରୀକ୍ଷା କରାଯିବା ପରେ ସେ ସଂପୂର୍ଣ୍ଣ ସୁସ୍ଥ ଥିବା ନେଇ ସୂଚନା ଦେଇଛି ବନ ବିଭାଗ ।

Etemaad

ସୂଚନା ମୁତାବକ, ଫେବୃଆରିରେ ଆଇସିଆରଆଇଏସ୍‌ଏଟି ସିକ୍ୟୁରିଟି ଗାର୍ଡ ଚିତାବାଘକୁ ଦେଖି ବନ ବିଭାଗକୁ ସୂଚନା ଦେଇଥିଲେ । ସୂଚନା ପାଇ ବନ ବିଭାଗ କର୍ମଚାରୀ କ୍ୟାମ୍ପସରେ ୪୦ଟି କ୍ୟାମେରା ଲଗାଇବା ସହ ୪ଟି ଯନ୍ତା ବସାଇଥିଲେ । କିନ୍ତୁ ଯନ୍ତାରେ ନ ଫସି ଏପ୍ରିଲ ମାସରେ ଚିତାବାଘଟି କେଉଁଆଡ଼େ ଉଭାନ ହୋଇ ଯାଇଥିଲା । ୧୫ଦିନ ପୂର୍ବରୁ ପୁଣି ଥରେ ଚିତାବାଘକୁ କ୍ୟାମ୍ପସରେ ଦେଖାଯିବା ପରେ ପୁଣି ଥରେ କ୍ୟାମେରା ଲଗାଯିବା ସହ ଯନ୍ତା ବସା ଯାଇଥିଲା । ଯାହା ପରେ ଛେଳିର ଲୋଭ ଦେଖାଇ ବନ ବିଭାଗ ଅଧିକାରୀ ଚିତାବାଘକୁ ଧରିବାରେ ସଫଳ ହୋଇଥିଲେ ।

ସମ୍ବନ୍ଧିତ ଖବର