କୁଷ୍ଠରୋଗୀଙ୍କ କ୍ଷେତ୍ରରେ ଭେଦଭାବ ସମ୍ପର୍କିତ ଧାରା ହଟିବ

ନୂଆଦିଲ୍ଲୀ : କୁଷ୍ଠରୋଗର କଳଙ୍କ ହଟାଇବା ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୪ଟି ବିଭାଗରେ କୁଷ୍ଠରୋଗ ଭେଦଭାବ ସମ୍ପର୍କିତ ଧାରା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ବିଧିବଦ୍ଧଭାବେ ଜଣାଇ ଦିଆଯାଇଛି। ରାଜ୍ୟ ସରକାରଙ୍କ ଓକିଲ ଖଣ୍ଡପୀଠଙ୍କୁ କହିଥିଲେ ଯେ ସୂଚନା ଓ ଲୋକ ସମ୍ପର୍କ ଓ ପାନୀୟ ଜଳ ବିଭାଗ ଅନ୍ତର୍ଗତ ଧାରା ୪୫ (୧) (ଇ), ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ୧୯୫୯, ଧାରା ୨୫ (୧) (ଇ) ଓ ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ ୧୯୬୪, ଧାରା ୩୩(୧) (ଡି) ଓଡ଼ିଶା ଜିଲ୍ଲା ପରିଷଦ ଆଇନରେ କୁଷ୍ଠରୋଗ ସମ୍ପର୍କିତ ଭେଦଭାବ ଉପଧାରାକୁ ଜୁନ୍‌ ୨୭, ୨୦୧୬ ଓଡ଼ିଶା ଗେଜେଟ୍‌ ନୋଟିଫିକେସନ୍‌ ଅନ୍ତର୍ଗତ ହଟାଇ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ସୁପ୍ରିମକୋର୍ଟରେ ବିଧି ସେଣ୍ଟ୍ରାଲ ଫର୍‌ ଲିଗାଲ୍‌ ପଲିସି ନାମକ ସଂସ୍ଥା ଦ୍ୱାରା ଜନସ୍ୱାର୍ଥ ମାମଲା ଦାଖଲ କରାଯାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ୧୧୯ଟି ଆଇନରେ କୃଷ୍ଠରୋଗୀମାନଙ୍କ ଭେଦଭାବ ସମ୍ପର୍କିତ ଧାରା ଥିବାର ଦୃଷ୍ଟି ଆକର୍ଷଣ କରାଯାଇ ଏଭଳି ଆଇନଗୁଡ଼ିକୁ ଖାରଜ କରିବାପାଇଁ ପ୍ରାର୍ଥନା କରାଯାଇଥିଲା। ଏହାପରେ ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ୧୧୯ଟି ଆଇନକୁ ସଂଶୋଧନ କରିବାପାଇଁ ଆକ୍ସନ୍‌ ପ୍ଲ୍‌ାନ୍‌ ପ୍ରସ୍ତୁତ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର