ହରିୟାଣା: ଅକ୍ଟୋବର ୨୦ ତାରିଖ ଦିନ ଆଠଟି ରେଳବାଇ ଷ୍ଟେସନ୍କୁ ବସ୍ଫୋରଣ ଯୋଗେ ଉଡ଼ାଇ ଦିଆଯିବ ବୋଲି ଲେଖା ଯାଇଥିବା ଏକ ଚିଠି ହରିୟାଣାର ଅମ୍ବାଲା ଠାରେ ଥିବା ଜଣେ ବରିଷ୍ଠ ରେଳବାଇ ଅଧିକାରୀ ପାଇଛନ୍ତି। ଅମ୍ବାଲା କ୍ୟାଣ୍ଟନ୍ମେଣ୍ଟ୍ ରେଲ୍େଓ୍ଵ ଷ୍ଟେସନ୍ର ନିର୍ଦେଶକ ଚିଠିଟି ପାଇବା ପରେ ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରାଯାଇ ତଲାସ କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ କହିବା ଅନୁସାରେ, ଚିଠିଟି ସମ୍ଭବତଃ ଲସ୍କର୍-ଏ-ତୈବା ସଂଗଠନ ତରଫରୁ ଆସିଛି। ଚିଠିରେ ଉଲ୍ଲେଖ ଥିବା ପ୍ରେରକ ଠିକଣା ହେଉଛି ପାକିସ୍ତାନ ଅନ୍ତର୍ଗତ କରାଚି।
ଚିଠିରେ ଆହୁରି ଧମକ ଦିଆ ଯାଇଛି ଯେ ଜଗଧ୍ରୀ, ସରଣପୁର, ଜାଖାଲ, ହିସାର, କର୍ଣ୍ଣଲ୍, ରୋହତକ୍ ଏବଂ ପାନିପତ ରେଳବାଇ ଷ୍ଟେସନ୍ଗୁଡ଼ିକୁ ମଧ୍ୟ ବିସ୍ଫୋରଣ କରି ଉଠାଇ ଦିଆଯିବ। ଏଥିରେ ଲେଖା ଅଛି ଅକ୍ଟୋବର ମାସରେ କିଛି ପେଟ୍ରୋଲ୍ ପମ୍ପ୍ ଏବଂ ମନ୍ଦିର ମଧ୍ୟ ଉଡ଼ାଇ ଦିଆଯିବ।
ଅମ୍ବାଲାସ୍ଥିତ ସରକାରୀ ରେଳବାଇ ପୁଲିସ ଏସ୍ଏଚ୍ଓ ଗଣମାଧ୍ୟମକୁ ଏକଥା ଜଣାଇଛନ୍ତି। ଏକ ଏଫ୍ଆଇଆର୍ ରେଜିଷ୍ଟ୍ରି କରାଯାଇ ନିରାପତ୍ତା ବ୍ୟବସ୍ଥା ମଜଭୁତ କରାଯାଇଛି।