ଫୋନ ପାଇଁ ଚାଲିଗଲା ଯୁବକଙ୍କ ଜୀବନ, ତଦନ୍ତ ପରେ ସାମ୍ନାକୁ ଆସିଲା କାରଣ

ନୂଆଦିଲ୍ଲୀ: ଥାଇଲାଣ୍ଡରେ ଜଣେ ଯୁବକଙ୍କ ଜୀବନ ତାଙ୍କ ଫୋନ ପାଇ ଚାଲି ଯାଇଥିବା ଜଣା ପଡ଼ିଛି । ଯୁବକଜଣଙ୍କ କାନରେ ଇୟରଫୋନ ଦେଇ ଗୀତ ଶୁଣିବା ସହ ଫୋନକୁ ଚାର୍ଜ କରୁଥିଲେ । କିନ୍ତୁ ନିଦ ଲାଗିଯିବାରୁ ସେ ଫୋନରୁ ଚାର୍ଜର କାଢ଼ି ପାରି ନଥିଲେ । ଯାହାଦ୍ୱାରା କାନରେ କରେଣ୍ଟ ବାଜିବାରୁ ସେ ଚିରନିଦ୍ରାରେ ଶୋଇ ଯାଇଥିଲେ ।

WORLD OF BUZZ

ସୂଚନା ମୁତାବକ, କ୍ରିଷ୍ଟାଡୋ ଶନିବାର ରାତିରେ ନିଜ ଫୋନକୁ ଚାର୍ଜରେ ଲଗାଇବା ସହ ଇୟରଫୋନ ଲଗାଇ ଗପିବା ଆରମ୍ଭ କରିଥିଲେ । ଏହା ପରେ ସେ ଗୀତ ଲଗାଇ ଶୋଇ ଯାଇଥିଲେ । ଇୟରଫୋନର ସ୍ପିକର ସେ ନିଜ ପାଟିରେ ଚାପିଥିବାରୁ କରେଣ୍ଟ ଅତିି ସହଜରେ ତାର ଦେଇ କ୍ରିଷ୍ଟାଡୋଙ୍କ କାନରେ ପହଞ୍ଚିଥିଲା । ନିଦରେ ହିଁ ସେ ଆର ପାରିକୁ ଚାଲି ଯାଇଥିଲେ । ଏହି ଦୁର୍ଘଟଣାରେ କ୍ରିଷ୍ଟାଡୋଙ୍କ କାନ ଅଧା ନଷ୍ଟ ହୋଇ ଯାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର