ସବୁଠୁ ହାଲୁକା ଉପଗ୍ରହ ତିଆରି କଲେ ଚେନ୍ନାଇ ଛାତ୍ର

ଚେନ୍ନାଇ: ତାମିଲନାଡ଼ୁ ରାଜଧାନୀ ଚେନ୍ନାଇସ୍ଥିତ ହିନ୍ଦୁସ୍ଥାନ ଇନ୍‌ଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ଆଣ୍ଡ୍‌ ସାଇନ୍ସର ମହାକାଶ ଗବେଷଣା ବିଭାଗର ଛାତ୍ରମାନେ ବିଶ୍ୱର ସବୁଠୁ ହାଲୁକା ଉପଗ୍ରହ ନିର୍ମାଣ କରିଛନ୍ତି। ଏହି ଉପଗ୍ରହର ଓଜନ ମାତ୍ର ୩୩.୩୯ ଗ୍ରାମ। ଏହି ଉପଗ୍ରହର ନାମ ଜୟହିନ୍ଦ-୧-ଏସ୍‌ ରଖାଯାଇଥିବା ବେଳେ ଏହା ତିଆରି ପାଇଁ ୧୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ୩ଡି ପ୍ରିଣ୍ଟେଡ ପିଏଲଏ ନାଇଲନରେ ତିଆରି ଏହି ଉପଗ୍ରହ ୩ଟି ଗବେଷଣା ପାଇଁ ତିଆରି କରାଯାଇଛି। ସୂକ୍ଷ୍ମ ମାଧ୍ୟାକର୍ଷଣରେ ନାଇଲନର କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ପାଇବା ପାଇଁ ଏହି ଉପଗ୍ରହର ନିର୍ମାଣ କରାଯାଇଥିବା ଛାତ୍ରମାନେ କହିଛନ୍ତି। କେବଳ ଏତିକି ନୁହେଁ ଆଗୁଆ ବୃଷ୍ଟିପାତ ସୂଚନା, ମହାକାଶରେ ରକେଟର ପ୍ରବେଶ ପଥ ଆଦି ସମ୍ପର୍କରେ ମଧ୍ୟ ଏହା ସୂଚନା ଦେଇପାରିବ। ଏହି ଉପ୍ରଗହ ୧୫-୨୦ ଘଣ୍ଟା ଯାଏଁ କାର୍ଯ୍ୟ କରିବ ବୋଲି ଛାତ୍ରମାନେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର