ବନ୍ୟା ପରେ ବିହାରରେ ବଜ୍ରପାତ ନେଉଛି ଜୀବନ

ପାଟନା: ବିହାରରେ ଏବେ ପ୍ରାକୃତିକ ବିପର୍ଯ୍ୟୟ ପିଛା ଛାଡିବାର ନାମ ନେଉନାହିଁ | ପ୍ରଥମେ ପ୍ରବଳ ବନ୍ୟା ଆସି ୧୦୪ ଜଣଙ୍କର ଜୀବନ ଯାଇଥିବାବେଳେ ମଙ୍ଗଳବାର ବିଳମ୍ୱିତ ରାତିରେ ହୋଇଥିବା ବଜ୍ରପାତରେ ୨୬ ଜଣଙ୍କର ଜୀବନ ଯାଇଛି | ମଙ୍ଗଳବାର ସନ୍ଧ୍ୟାରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା | ଏଥିରେ ଜୁମଇ ଅଞ୍ଚଳରେ ସର୍ବାଧିକ ୮ ଜଣଙ୍କର ମୃତ୍ୟୁ ହୋଇଥିଲା |

ସେହିପରି ଔରଙ୍ଗବାଦରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବାଙ୍କା, ନାଳନ୍ଦା, ସାସାରାମ ଜିଲ୍ଲାରେ ୧୧ ଜଣଙ୍କର ଜୀବନ ଯାଇଛି | ଅନ୍ୟପଟେ ବିହାର ସୀମାନ୍ତ ନେପାଳରେ ପ୍ରବଳ ବର୍ଷା ଯୋଗୁଁ ଏବେ ବି ବିହାରରେ ସ୍ଥିତି ଗମ୍ଭୀର ରହିଛି | ସେପଟେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୭୨ ଘଣ୍ଟା ଧରି ପ୍ରବଳରୁ ଅତିପ୍ରବଳ ବର୍ଷା ହେବ |

hindustantimes.com

ଯାହାଫଳରେ ପୁଣି ବନ୍ୟା ତାଣ୍ଡବ ରଚାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି | ସରକାରୀ ସୂଚନା ମୁତାବକ ବନ୍ୟାରେ ମୃତକଙ୍କ ସଂଖ୍ୟା ୧୦୪ ଜଣ କୁହାଯାଇଥିବାବେଳେ ବେସରକାରୀ ଭାବେ ଏହି ସଂଖ୍ୟା ୧୯୪ ବୋଲି ଜଣାପଡିଛି | ବିହାରର ୧୨ଟି ଜିଲ୍ଲାରେ ୬୯ଲକ୍ଷ ଲୋକ ବନ୍ୟା ପାଇଁ ପ୍ରଭାବିତ ହୋଇଛନ୍ତି |

ସମ୍ବନ୍ଧିତ ଖବର