କଂଗ୍ରେସ ଇସ୍ତାହାରକୁ ସମାଲୋଚନା କଲେ ମୋଦୀ: ‘ଗଜନୀ’ରେ ଆମୀର ଖାନ୍‌ଙ୍କ ଚରିତ୍ର ଭଳି କଂଗ୍ରେସ ୧୫ମିନିଟ୍‌ରେ ସବୁ ପ୍ରତିଶ୍ରୁତି ଭୁଲିଯାଏ

ନୂଆଦିଲ୍ଲୀ : ନିର୍ବାଚନ ପାଖ ହୋଇ ଆସୁଥିବା ବେଳେ ବିରୋଧୀ ଦଳମାନଙ୍କ ମଧ୍ୟରେ ବୟାନବାଜି ବନ୍ଦ ହେବାର ନାଁ ନେଉ ନାହିଁ । ପରସ୍ପର ପରସ୍ପରକୁ ନେଇ କଟାକ୍ଷ ଏବଂ ସମାଲୋଚନା କରୁଥିବା ବେଳେ ରାହୁଲ-ମୋଦୀଙ୍କ ମଧ୍ୟରେ ଚାଲିଥିବା ବୟାନବାଜି ଏବେ ଚର୍ଚ୍ଚାରେ ରହିଛି । କିଛି ଦିନ ତଳେ କଂଗ୍ରେସ ଅଧ୍ୟକ୍ଷ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଦଳୀୟ ଇସ୍ତାହାର ଜାରି କରିଥିଲେ, ଯେଉଁଥିରେ ୧୫ଟି ପ୍ରତିଶ୍ରୁତି ରହିଥିଲା । ଏବେ କଂଗ୍ରେସ ଜାରି କରିଥିବା ପ୍ରତିଶ୍ରୁତିକୁ ମୋଦୀ ଗଜ୍‌ନୀ ଫିଲ୍ମରେ ଥିବା ଆମୀର ଖାନ୍‌ଙ୍କ ଚରିତ୍ର ସହ ତୁଳନା କରିଥିବା ଦେଖା ଯାଇଛି ।

The News Minute

ହିନ୍ଦୁସ୍ତାନ ଟାଇମ୍ସକୁ ସାକ୍ଷାତକାର ଦେଇ ମୋଦୀ ଏଭଳି ମନ୍ତବ୍ୟ ଦେଇଛନ୍ତି । ଗଜନୀ ଫିଲ୍ମରେ ଯେଉଁ ଭଳି ଭାବରେ ମୁଖ୍ୟ ଅଭିନେତା ଆମୀର ଖାନ୍‌ ୧୫ମିନିଟ୍‌ ମଧ୍ୟରେ ସବୁ କିଛି ଭୁଲି ଯାଉଥିଲେ । ସେଭଳି ଭାବରେ ପୂର୍ବରୁ କଂଗ୍ରେସ ନିଜର ପୂର୍ବ ପ୍ରତିଶ୍ରୁତି ଭୁଲି ଯାଇଛି । ଇସ୍ତହାର ଜାରି କରିବା ପୂର୍ବରୁ କଂଗ୍ରେସକୁ ବିଗତ ଅତୀତର ବିଫଳତାକୁ ମନେ ପକାଇବାର ଥିଲା । କ୍ଷମତାରେ ଥିବା ସମୟରେ ଦେଶର ଉନ୍ନତି କରିବାର ପ୍ରତିଶ୍ରୁତି ଦେଇ କିଛି କରି ପାରି ନ ଥିଲେ । କିନ୍ତୁ ଆଗାମୀ ନିର୍ବାଚନ ପାଇଁ ସେ ସବୁ ଭୁଲି ଏବେ କଂଗ୍ରେସ ନୂଆ ପ୍ରତିଶ୍ରୁତି ଦେଇଛି । ଯାହାକୁ ସେ କ୍ଷମତାକୁ ଆସିବା ପରେ ଭୁଲିଯିବ ବୋଲି କହିଥିଲେ ମୋଦୀ ।

ସମ୍ବନ୍ଧିତ ଖବର