ସିଂହ ଛୁଆ ଆଗରେ ହାର ମାନିଲେ ତିନି ଜଣ ଡବ୍ଲୁଡବ୍ଲୁଇ ମଲ୍ଲଯୋଦ୍ଧା

ଟେକ୍ସାସ :  କୁହାଯାଏ ସିଂହ ବଣର ରାଜା । ସିଂହ ପଶୁମାନଙ୍କ ମଧ୍ୟରୁ ସବୁଠାରୁ ପରାକ୍ରମଶାଳୀ । ସିଂହର ପରାକ୍ରମ ଆଗରେ ବଣୁଆ ହାତୀ ମଧ୍ୟ ପଛେଇ ଯିବ, ମଣିଷ କଥା ପଚାରେ କିଏ । ଏକଥା ପୁଣି ଥରେ ପ୍ରମାଣିତ ହୋଇପାରିଛୁି । ମାତ୍ର ତିନିବର୍ଷର ଏକ କିଶୋର ସିଂହ ଆଗରେ ହାର ମାନିଛନ୍ତି ତିନି ତିନି ଜଣ ବଳୁଆ ମଲ୍ଲଯୋଦ୍ଧା ।

 

ଘଟଣାଟି ଘଟିଛି ଆମେରିକାର ଟେକ୍ସାସ ସହରରେ ଥିବା ସାନ ଅଣ୍ଟୋନିଓ ଚିଡିଆଖାନାରେ । ଏହି ଚିଡ଼ିଆଖାନାରେ  ଥିବା ଏକ ତିନିବର୍ଷର କିଶୋର ସିଂହୀ ସହ ଶକ୍ତି ପରୀକ୍ଷାରେ ଅବତୀର୍ଣ୍ଣ ହୋଇଥିଲେ ତିନି ଜଣ ଡବ୍ଲୁଡବ୍ଲୁଇ ରେସଲର । ଜାଲିର ଗୋଟିଏ ପାଖରେ ସିଂହ ଏକ ଦଉଡିକୁ କାମୁଡି ଧରିଥାଏ ଓ ଜାଲିର ଏପଟେ ତିନି ଜଣ ରେସଲର ଟାଣୁ ଥାନ୍ତି । ତିନିଜଣ ନିଜର ସବୁ ବଳ ପ୍ରୟୋଗ କରି ମଧ୍ୟ ସିଂହକୁ ଇଞ୍ଚେ ମଧ୍ୟ ଘୁଞ୍ଚାଇପାରିଲେ ନାହିଁ । ଶେଷରେ ହାର ତିନି ଜଣ ଯାକ ହାର ମାନିଥିଲେ । ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଯାଇଛନ୍ତି । ଗତ ୧୪ ତାରିଖରେ ଏହି ଭିଡିଓକୁ ଲୋଡ କରିଥିଲେ ନିକ ସ୍କାର୍ସ, ଯିଏକି ନିଜେ ଜଣେ ରେସଲର । ମାତ୍ର ତିନି ଦିନରେ ଏହି ଭିଡିଓକୁ ୫୬ ଲକ୍ଷ ଥର ଦେଖାଯାଇଛି । ପ୍ରାୟ ୨ଲକ୍ଷ ୪୬ ହଜାର ଜଣ ଲାଇକ କରିଛନ୍ତି ।

ସମ୍ବନ୍ଧିତ ଖବର