୧୩ ବର୍ଷ ପରେ ସର୍କସର ତାରବାଡରୁ ମୁକ୍ତ ହେଲା ସିଂହ, ଅନୁଭବ କଲା ମାଟିର ମହକ

ନୂଆଦିଲ୍ଲୀ: କାହାର ବନ୍ଦୀ ହୋଇ ରହିବା ହେଉ ବା ପିଞ୍ଜରାରେ ଲୁହା ଶିକୁଳିରେ ବନ୍ଧା ହୋଇ ରହିବା ଜୀବନ ସବୁଠାରୁ କଷ୍ଟକର ହୋଇଥାଏ | ଦୀର୍ଘ ଦିନ ପରେ ଯେତେବେଳେ ଜଣେ ଏହି ବନ୍ଧନରୁ ମୁକ୍ତି ପାଇଥାଏ ସେତେବେଳେ ଏକ ନିଆରା ଅନୁଭବ ହୋଇଥାଏ | ମଣିଷ ହେଉ ବା ପଶୁ ସ୍ୱାଧୀନତାର ଜୀବନ ସମସ୍ତଙ୍କ ପାଇଁ ନୂଆ ଖୁସି ଓ ଅନୁଭୂତି ଆଣିଦେଇଥାଏ |

ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଠି ୧୩ ବର୍ଷ ପରେ ସିଂହଟିଏ ସର୍କସରୁ ମୁକ୍ତ ହେବା ପରେ କିଭଳି କିଭଳି ଅନୁଭବ କରୁଛି ତାହା ଦେଖିବାକୁ ମିଳିଛି | ଯେଉଁଭଳି ଭାବେ ସିଂହଟି ଘାସ ଓ ମାଟିକୁ ଅନୁଭବ କରୁଛି ତାହାକୁ ଦେଖି ଅନେକ ସୋସିଆଲ ମିଡ଼ିଆ ୟୁଜର୍ସ ଭାବୁକ ହୋଇପଡିଛନ୍ତି | ଏହି ୨୭ ସେକେଣ୍ଡର ଭିଡିଓକୁ ଓଡ଼ିଆ ପୁଅ ତଥା ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦ ଟ୍ୱିଟରରେ ସେୟାର କରିଛନ୍ତି |


ନିଜ ଜୀବନର ଅଧା ସମୟ ସର୍କସର ପିଞ୍ଜରାରେ କାଟିଥିବା ଏହି ସିଂହ ନିଜର ବାର୍ଦ୍ଧକ୍ୟ ଯୋଗୁଁ ସର୍କସରୁ ବାଦ ପଡିଥିବାବେଳେ ବହୁ ଦିନ ପରେ ନିଜ ଜୀବନକୁ ନେଇ ବଂଚିଛି | ସର୍କସରେ ବିଭିନ୍ନ କାରନାମା କରି ଦର୍ଶକଙ୍କ ମନୋରଞ୍ଜନ କରିଥିବା ସିଂହଟି ଶେଷ ସମୟ ବେଳକୁ ପୁଣି ନିଜ ଦୁନିଆକୁ ଫେରିଆସିଛି |

ସମ୍ବନ୍ଧିତ ଖବର