ଭୁବନେଶ୍ବର: ଓଡିଆ ଝିଅ ଶ୍ରୀବାଲି ଦାସ ଜୁନିୟର ମଡେଲ ଇଂଟରନ୍ୟାସନାଲ ୨୦୧୯ରେ ବିଶ୍ୱସ୍ତରରେ ଭାରତରୁ ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି । ଏହା ସହ ସେ କେରଳ କାଲିକଟଠାରେ ଆୟୋଜିତ ଅନ୍ତଜାର୍ତୀୟ ଜୁନିୟର ସୁନ୍ଦରୀ ପ୍ରତିଯୋଗିତାରେ ବିଜୟିନୀ ହୋଇଛନ୍ତି । ୯ବର୍ଷୀୟା ଶ୍ରୀବାଲି ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ସମସ୍ତଙ୍କୁ ପଛରେ ପକାଇ ବେଷ୍ଟ ଟ୍ୟାଲେଂଟ ଓ ବେଷ୍ଟ ନ୍ୟାସନାଲ କଷ୍ଟ୍ୟୁମ ଟାଇଟଲ ଜିତିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରତିଯୋଗିତାରେ ନ୍ୟାସନାଲ ଟାଇଟଲ ଜିତିବା ପରେ ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ଜୁନିୟର ମଡେଲ ଇଂଟରନ୍ୟାସନାଲ ୱାଲର୍ଡ ଫାଇନାଲରେ ଭାଗନେବାକୁ ସେ ମନୋନୀତ ହୋଇଛନ୍ତି । ଶ୍ରୀବାଲି ଓଡିଶୀ ନୃତ୍ୟ ଓ ସଙ୍ଗୀତରେ ବେଶ୍ ପାରଙ୍ଗମ । ଏହାସହ ଫ୍ୟାଶନ ଓ ମଡେଲିଂ ପ୍ରତି ତାଙ୍କର ଦୁର୍ବଳତା ରହିଛି ବୋଲି କହିଛନ୍ତି । କେବଳ ଏତିକି ନୁହେଁ, ପିଆନୋ ବାଦନ ସହ ଅଭିନୟ ଓ ମଂଚ ଉପସ୍ଥାପନା କରିବାରେ ମଧ୍ୟ ସେ ଉକ୍ରର୍ଷ ପ୍ରତିପାଦନ କରିପାରିଛନ୍ତି । ନିଜର ସଫଳତା ପାଇଁ ବାପା,ମା, ଗୁରୁଜନଙ୍କ ସହ ଶିକ୍ଷକ, ଶିକ୍ଷୟତ୍ରୀ ଓ ସଙ୍ଗୀତ ଗୁରୁଙ୍କୁ ଶ୍ରେୟ ଦେଇଛନ୍ତି ଶ୍ରୀବାଲି ।