ରାଜସ୍ଥାନର ନାଲ୍‌ ବାୟୁସେନା ବେସ୍‌ ନିକଟରୁ ଅଫୁଟା ମୋର୍ଟାର୍‌ ବୋମା ଉଦ୍ଧାର

ବିକାନେର୍‌: ବୁଧବାର ସକାଳେ ରାଜସ୍ଥାନର ବିକାନେର୍‌ ସହର ଠାରୁ ପ୍ରାୟ ୧୩ କିଲୋମିଟର ଦୂର ବାୟୁସେନାର ନାଲ୍‌ ଏୟାର୍‌ବେସ୍‌ ନିକଟରେ ଗୋଟାଏ ଅଫୁଟା ମୋର୍ଟାର୍‌ ବୋମା ଠାବ କରାଯାଇଛି। ଭାରତୀୟ ବାୟୁସେନା ଅଧିକାରୀ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଏ ଘଟଣା ଘଟିଛି।

ଗତ ରବିବାର ବିଳମ୍ବିତ ରାତିରେ ପଞ୍ଜାବ ସୀମାନ୍ତରେ ପାକିସ୍ତାନର ୪ଟି ଏଫ୍‌-୧୬ ବିମାନ ଘଉଡ଼ାଇବାକୁ ଭାରତୀୟ ବାୟୁସେନା ତୁରନ୍ତ ସୁଖୋଇ-୩୦ ଓ ମିରେଜ୍‌ ୨୦୦୦ ବିମାନ ଉଡ଼ାଇ ଥିଲା। ପାକିସ୍ତାନୀ ଲଢୁଆବିମାନଗୁଡ଼ିକ ସହିତ ସର୍ଭିଲେନ୍‌ସ୍‌ ଡ୍ରୋନ୍‌ ମଧ୍ୟ ଥିଲା। ସମ୍ଭବତଃ ଏହା ସୀମାନ୍ତ ଅଞ୍ଚଳରେ ସୈନ୍ୟ ମୁତୟନ ହୋଇଥିବା ଭାତରୀୟ ଠାବ କରୁଥିଲା।

ଫେବ୍ରୁଆରି ୧୪ ତାରିଖ ଦିନ ଜମ୍ମୁ ଓ କଶ୍ମୀରର ପୁଲ୍‌ଓ୍ଵାମା ଜିଲ୍ଲାରେ ସିଆର୍‌ପିଏଫ୍‌ ବସ୍‌କୁ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଏ-ମହମ୍ମଦ୍‌ ଆତ୍ମଘାତୀ ବୋମା ବିସ୍ଫୋରଣରେ ଉଡ଼ାଇ ଦେବା ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଉଗ୍ରତର ହୋଇଥିଲା।

ସମ୍ବନ୍ଧିତ ଖବର