ମୋଦିଙ୍କ କାର୍ଯ୍ୟକାଳରେ ୪୯ ପ୍ରତିଶତ ବଢ଼ିଛି ଋଣଭାର

ନୂଆଦିଲ୍ଲୀ: କେନ୍ଦ୍ରରେ  ନରେନ୍ଦ୍ର ମୋଦି ସରକାରଙ୍କ ଅମଳରେ ଦେଶ ଅଧିକ ଋଣଗ୍ରସ୍ତ ହୋଇଛି । ମୋଦିଙ୍କ କାର୍ଯ୍ୟକାଳରେ ୪୯ ପ୍ରତିଶତ ବଢ଼ିଛି ଋଣଭାର । ଗୋଟିଏ ପଟେ ଲୋକସଭା ନିର୍ବାଚନକୁ ନେଇ ତଥା ଲୋକଙ୍କୁ ଆକର୍ଷିତ କରିବା ପାଇଁ ମୋଦି ସରକାର ଜନକଲ୍ୟାଣକାରୀ ଯୋଜନାମାନ ପ୍ରଣୟନ କରୁଛନ୍ତିି, ଅନ୍ୟପଟେ ଦେଶର ରାଜକୋଷ ଉପରେ ଋଣଭାର ଲଦିହୋଇଯାଉଛି । ନିକଟରେ ଦେଶର ଋଣଭାର ନେଇ ଷ୍ଟାଟସ୍ ରିପୋର୍ଟର ଅଷ୍ଟମ ସଂସ୍କରଣ ପ୍ରକାଶ ପାଇଛି ।

ରିପୋର୍ଟ ଅନୁସାରେ କେନ୍ଦ୍ର ମୋଦି ସରକାରଙ୍କ କାର୍ଯ୍ୟକାଳ ଭିତରେ ସରକାରଙ୍କ ଉପରେ ୪୯ ପ୍ରତିଶତ ଋଣ ବଢ଼ି ୮୨ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଯାଇଛି । ତଥ୍ୟ ଅନୁସାରେ, ଜୁନ୍ ୨୦୧୪ରେ ସରକାରଙ୍କ ଉପରେ ମୋଟ ଋଣ ଥିଲା ୫୪,୯୦, ୭୬୩ କୋଟି, ଯାହା ସେପ୍ଟେମ୍ବର ୨୦୧୮ ପର୍ଯ୍ୟନ୍ତ ବଢ଼ି ବଢ଼ି ୮୨,୦୩,୨୫୩ କୋଟିରେ ପହଞ୍ଚିଯାଇଛି । ସରକାରଙ୍କ ଉପରେ ଋଣଭାର ବଢ଼ିବା ସହ ୫୧,୭ ପ୍ରତିଶତ ବଢ଼ିଛି ସର୍ବସାଧାରଣ ଋଣଭାର ।

ସରକାରଙ୍କ ଉପରେ ଋଣଭାର ବୃଦ୍ଧି ଯୋଗୁଁ ସର୍ବସାଧାରଣ ଋଣଭାର ୫୧. ୭ ପ୍ରତିଶତ ବୃଦ୍ଧି ପାଇ ୪୮ ଲକ୍ଷର କୋଟିରୁ ୭୩ ଲକ୍ଷ କୋଟିରେ ପହଞ୍ଚିଛି । ସର୍ବସାଧାଣ ଋଣ ବୃଦ୍ଧି ହେବା ସହ ଆନ୍ତରୀଣ ଋଣ ୫୪ ପ୍ରତିଶତ ବଢ଼ିଯାଇଛି, ଯାହା ପାଖାପାଖି ୬୮ ଲକ୍ଷ କୋଟିରେ ପହଞ୍ଚିଛି । ଏହା ବ୍ୟତୀତ ମୋଦି ସରକାରଙ୍କ ସାଢ଼େ ଚାରି ବର୍ଷ କାର୍ଯ୍ୟକାଳ ଅବଧି ମଧ୍ୟରେ ବଜାର ଋଣ ୪୭.୫ ପ୍ରତିଶତ ବୃଦ୍ଧି ପାଇ ୫୨ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି ।

ସମ୍ବନ୍ଧିତ ଖବର