ରାଜ୍ୟସଭା ନିର୍ବାଚନରେ ‘ନୋଟା’ ଗ୍ରହଣୀୟ ନୁହେଁ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନରେ ‘ନୋଟା’ (ଏମାନଙ୍କ ମଧ୍ୟରୁ କେହି ନୁହେଁ) ବିକଳ୍ପକୁ ଗ୍ରହଣ କରାଯିବ ନାହିଁ। ତେଣୁ ଏ ବାବଦରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିକୁ କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ। ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଏଭଳି କହିଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ର ଏବଂ ବିଚାରପତି ଏ ଏମ୍‌ ଖାନ୍‌ଓ୍ଵିଲ୍‌କର ଓ ଡି ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ କହିଛନ୍ତି, ରାଜ୍ୟସଭା ନିର୍ବାଚନ ନିମନ୍ତେ ବ୍ୟାଲଟ୍‌ ପେପରରେ ‘ନୋଟା’ ବିକଳ୍ପକୁ ଅନୁମତି ଦିଆଯାଇ ପାରିବ ନାହିଁ। କାରଣ ରାଜ୍ୟସଭାରେ ରାଜ୍ୟଗୁଡ଼ିକର ଆନୁପାତିକ ପ୍ରତିନିଧିତ୍ୱ ନିମନ୍ତେ ଏହା ଏକ ପରୋକ୍ଷ ବ୍ୟବସ୍ଥା। ଉଲ୍ଲେଖଯୋଗ୍ୟ, ୨୦୧୪ରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ରାଜ୍ୟସଭା ନିର୍ବାଚନ ପାଇଁ ନୋଟା ବିକଳ୍ପ ଆରମ୍ଭ କରାଯାଇଥିଲା।

ସମ୍ବନ୍ଧିତ ଖବର