ପ୍ରଥମ ରାଜ୍ୟ ଭାବେ ହିମାଚଳ ପ୍ରଦେଶର ଦୁଇଟି ଜିଲ୍ଲାରେ ଜୁନ ୩୦ପର୍ଯ୍ୟନ୍ତ ବଢ଼ିଲା ଲକଡାଉନର ଅବଧି

ସୋଲନ: ଦେଶରେ ଏବେ ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଚାଲୁଥିବା ବେଳେ ଏହା ମେ ୩୧ରେ ଶେଷ ହେବ | ତେବେ, ଏହା ଆଗକୁ ଆଉ କେତେ ଦିନ ଲକଡାଉନର ଅବଧିକୁ ବଢାଯିବ ସେ ନେଇ କେନ୍ଦ୍ର ସରକାର କୌଣସି ପ୍ରକାର ନିଷ୍ପତ୍ତି ନେଇ ନଥିବା ବେଳେ ହିମାଚଳ ପ୍ରଦେଶରେ ଜୁନ ୩୦ ପର୍ଯ୍ୟନ୍ତ ଲକଡାଉନର ଅବଧିକୁ ବଢ଼ାଇ ଦିଆଯାଇଥିବା ନେଇ ସୂଚନା ମିଳିଛି | ଏ ନେଇ ପୂରା ତଥ୍ୟ ମିଳି ପାରି ନଥିଲେ ମଧ୍ୟ ରାଜ୍ୟର ଦୁଇଟି ଜିଲ୍ଲାରେ ଲକଡାଉନର ଅବଧିକୁ ବଢ଼ାଇ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ କରି ଦିଆଯାଇଥିବା ନେଇ ସୂଚନା ରହିଛି |

Coronavirus curfew extended till June 30 in Himachal's Hamirpur ...
New Indian Express

ଦୁଇଟି ଜିଲ୍ଲା ମଧ୍ୟରେ ରହିଛି ସୋଲନ ଏବଂ ହାମିରପୁର | ହମିରପୁର ଏବଂ ସୋଲାନର ଜିଲ୍ଲା ମାଜିଷ୍ଟ୍ରେଟମାନେ ସୋମବାର ନିର୍ଦ୍ଦେଶ ଦେଇଛନ୍ତି ଯେ, ସେମାନଙ୍କ ଜିଲ୍ଲାରେ ଲକଡାଉନ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରାଜ୍ୟର ଏହି ଦୁଇଟି ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣା ପଡିଛି | ସୂଚନା ମୁତାବକ, ମେ ୧୭ ପରେ ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ ଏହି ପର୍ଯ୍ୟାୟରେ ଅନେକ ପ୍ରତିବନ୍ଧକକୁ କୋହଳ କରିଥିଲେ ସରକାର | ବର୍ତ୍ତମାନ ମେ ୩୧ ପର୍ଯ୍ୟନ୍ତ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ବଳବତ୍ତର ରହିବା ସହ କିଛି ନୂଆ ନିୟମ ସହ ଏହାର ଅବଧି ପୁଣି ବଢିବ ବୋଲି ଆଶା କରାଯାଉଛି |

ସମ୍ବନ୍ଧିତ ଖବର