ରାହୁଲଙ୍କ ରାଲିରେ ଭାଷଣ ସୂଚୀରେ ନାଁ ନ ଥିବାରୁ ରାଗି ଯାଇଥିଲେ ସିଦ୍ଧୁ, ଏବେ କଂଗ୍ରେସ ବନାଇଲା ଷ୍ଟାର ପ୍ରଚାରକ

ଚଣ୍ଡିଗଡ଼ : କିଛି ଦିନ ତଳେ ପଞ୍ଜାବର ମୋଗାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଏକ ରାଲିର ଆୟୋଜନ କରାଯାଇଥିଲା । ରାଲି ଆରମ୍ଭ ହେବା ପୂର୍ବରୁ ବିଜେପିକୁ ବିରୋଧ କରି ପୂର୍ବତନ କ୍ରିକେଟର ନବଜୋତ୍‌ ସିଂହ ସିଦ୍ଧୁ ଟୁଇଟ୍‌ କରିବା ପରେ ରାଲି ପରେ ସେ କଂଗ୍ରେସ ଦଳ ଉପରେ ନିରାଶ ହୋଇ ଆଉ ଏକ ଟୁଇଟ୍‌ କରିଥିଲେ ।

ରାଲିରେ ଭାଷଣ ଦେବାକୁ ଥିବା ନେତାମାନଙ୍କ ସୂଚୀରେ ତାଙ୍କ ନାଁ ନଥିବା ଜାଣିବା ପରେ ମୋତେ ମୋର ପ୍ରକୃତ ସ୍ଥାନ ଦେଖାଇ ଦିଆ ଯାଇଛି ବୋଲି ଲେଖି ଟୁଇଟ୍‌ କରିଥିଲେ ସିଦ୍ଧୁ । ଏହି ଘଟଣା ପରେ ସିଦ୍ଧୁ କଂଗ୍ରେସ ଉପରେ ନିରାଶ ଥିବା ବେଳେ ୨୦୧୯ ଲୋକସଭା ନିର୍ବାଚନ ପାଇଁ ସିଦ୍ଧୁ କଂଗ୍ରେସର ଷ୍ଟାର ପ୍ରଚାରକ ହେବେ ବୋଲି ଘୋଷଣା କରି କଂଗ୍ରେସ ପୁଣି ଥରେ ତାଙ୍କୁ ଖୁସି କରି ଦେଇଥିବା ଜଣାପଡ଼ିଛି । କଂଗ୍ରେସର ଜଣେ ବରିଷ୍ଠ ନେତା ସିଦ୍ଧୁ ଷ୍ଟାର ପ୍ରଚାରକ ହେବା ଖବରକୁ ସ୍ପଷ୍ଟ କରିଛନ୍ତି ।

The Financial Express

ସୂଚନା ମୁତାବକ, ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣ ପରେ ସିଦ୍ଧୁ ଯେଉଁଭଳି ଭାବରେ ପାକିସ୍ତାନକୁ ସମର୍ଥନ କଲାଭଳି ମନ୍ତବ୍ୟ ଦେଇଥିଲେ, ତାହା ତାଙ୍କୁ ବିବାଦରେ ଛନ୍ଦି ଦେଇଥିଲେ । ବାରମ୍ବାର ବିବାଦକୁ ଆସିବା ପରେ ମଧ୍ୟ ସେ ଦେଇଥିବା ମତରେ ଅଟଳ ରହିଥିଲେ ।

ସମ୍ବନ୍ଧିତ ଖବର