ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ସାଂସଦ ଶତ୍ରୁଘ୍ନ ସିହ୍ନା ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ କଂଗ୍ରେସରେ ଯୋଗ ଦେବାର ଖବର ଆସିବା ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ଶତ୍ରୁଘ୍ନ ସିହ୍ନାଙ୍କୁ ‘ମୁଣ୍ଡବିନ୍ଧା’ ବୋଲି କହିବା ସହ କଂଗ୍ରେସ ତାଙ୍କୁ ସ୍ୱୀକାର କରିଥିବାରୁ ଧନ୍ୟବାଦ୍ ଜଣାଇଛନ୍ତି ଅରୁଣ ଜେଟ୍ଲୀ ।
/sambad/media/post_attachments/wp-content/uploads/2019/03/arun-jaitley_650x400_61523287203-300x185.jpg) NDTV.com
 NDTV.comନିଜର ଫେସ୍ବୁକ୍ ବ୍ଲଗ୍ରେ .ସେ .ଲେଖିଛନ୍ତି, ବିଜେପିର କିଛି ଜଣାଶୁଣା ଚେହେରାକୁ କଂଗ୍ରେସ ଉପହାର ଆକାରରେ ସ୍ୱୀକାର କରି ନେଇଛି । ଆମେ କଂଗ୍ରେସକୁ ସେଥିପାଇଁ ଧନ୍ୟବାଦ୍ ଜଣାଉଛୁ । କାରଣ ଏବେ ଆମର ମୁଣ୍ଡବିନ୍ଧା ତାଙ୍କର ହୋଇ ଯାଇଛି । ଗୁଡ୍ ଲକ୍ ଲେଖି ପୋଷ୍ଟ କରିଥିଲେ ଜେଟ୍ଲୀ । ତାଙ୍କର ଏଭଳି ପୋଷ୍ଟ ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ କିଛି ତାଙ୍କୁ ବିରୋଧ କରିଥିବା ମଧ୍ୟ ଦେଖା ଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/Arun-Jaitley-2-620x400.jpg)
