ଶତ୍ରୁଘ୍ନ ସିହ୍ନା କଂଗ୍ରେସରେ ମିଶିବା ପରେ ଅରୁଣ ଜେଟ୍‌ଲୀଙ୍କ କଟାକ୍ଷ, କହିଲେ; ଧନ୍ୟବାଦ୍‌ କଂଗ୍ରେସ, ଆମ ମୁଣ୍ଡବିନ୍ଧା ଏବେ ତୁମ ପାଖରେ

0

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ସାଂସଦ ଶତ୍ରୁଘ୍ନ ସିହ୍ନା ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ କଂଗ୍ରେସରେ ଯୋଗ ଦେବାର ଖବର ଆସିବା ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ଶତ୍ରୁଘ୍ନ ସିହ୍ନାଙ୍କୁ ‘ମୁଣ୍ଡବିନ୍ଧା’ ବୋଲି କହିବା ସହ କଂଗ୍ରେସ ତାଙ୍କୁ ସ୍ୱୀକାର କରିଥିବାରୁ ଧନ୍ୟବାଦ୍‌ ଜଣାଇଛନ୍ତି ଅରୁଣ ଜେଟ୍‌ଲୀ ।

NDTV.com

ନିଜର ଫେସ୍‌ବୁକ୍‌ ବ୍ଲଗ୍‌ରେ .ସେ .ଲେଖିଛନ୍ତି, ବିଜେପିର କିଛି ଜଣାଶୁଣା ଚେହେରାକୁ କଂଗ୍ରେସ ଉପହାର ଆକାରରେ ସ୍ୱୀକାର କରି ନେଇଛି । ଆମେ କଂଗ୍ରେସକୁ ସେଥିପାଇଁ ଧନ୍ୟବାଦ୍‌ ଜଣାଉଛୁ । କାରଣ ଏବେ ଆମର ମୁଣ୍ଡବିନ୍ଧା ତାଙ୍କର ହୋଇ ଯାଇଛି । ଗୁଡ୍‌ ଲକ୍‌ ଲେଖି ପୋଷ୍ଟ କରିଥିଲେ ଜେଟ୍‌ଲୀ । ତାଙ୍କର ଏଭଳି ପୋଷ୍ଟ ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ କିଛି ତାଙ୍କୁ ବିରୋଧ କରିଥିବା ମଧ୍ୟ ଦେଖା ଯାଇଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.