ଚା’ବିକାଳି କହିଲେ; ମୋଦୀଙ୍କୁ ଆଉ ଥରେ ନୁହଁ, ରାହୁଲଙ୍କ ଭିତରେ କିଛି ନୂଆ କରିବାର ଇଚ୍ଛା ରହିଛି, ତାଙ୍କୁ ସୁଯୋଗ ମିଳିବା ଦରକାର

ଆଗ୍ରା : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜନୀତିରେ ଯୋଗ ଦେବା ପୂର୍ବରୁ ଚା’ ବିକି ନିଜର ଜୀବିକା ନିର୍ବାହ କରୁଥିଲେ । ପରେ ତାଙ୍କ ଜୀବନର ଗତିପଥ ବଦଳିବା ସହ ସେ ସଫଳତାର ପାହାଚ ଚଢ଼ିବା ଆରମ୍ଭ କରିଥିଲେ । ଆଜି ସେ ଭାରତର ପ୍ରଧାନମନ୍ତ୍ରୀ ହିସାବରେ ୫ବର୍ଷ ଦାୟିତ୍ୱ ତୁଲାଇ ସାରିଥିବା ବେଳେ ଏହି ସମୟ  ମଧ୍ୟରେ ମୋଦୀଙ୍କ ଲୋକପ୍ରିୟତା ମଧ୍ୟ ବଢ଼ିଥିବା ଦେଖାଯାଇଛି । ତେବେ ଆଗ୍ରାର ଜଣେ ଚା’ ବିକାଳି ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁ ନଥିବା ଜଣା ପଡ଼ିଛି । ୨୦୧୯ର ଲୋକସଭା ନିର୍ବାଚନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଏକ ସୁଯୋଗ ମିଳିବା ଦରକାର ବୋଲି କହିଛନ୍ତି ଚା’ ବିକାଳି କିଶନ । ଜନସତ୍ତାର ଏକ ଟିମ୍‌ ଆଗ୍ରାରେ ପହଞ୍ଚିବା ପରେ ସେଠାରେ କିଶନଙ୍କୁ ଭେଟିଥିଲେ । ଭାରତର ପ୍ରଧାନମନ୍ତ୍ରୀ କିଏ ହେବା ଦରକାର, ସେ ନେଇ ପ୍ରଶ୍ନ କରାଯିବା ପରେ କିଶନ ରାହୁଲ ଗାନ୍ଧୀଙ୍କ ନାଁ ନେଇଥିଲେ ।

ତାଙ୍କ କହିବା ଅନୁଯାୟୀ, “ରାହୁଲ ଏବେ ଯୁବକ ଅଛନ୍ତି ଏବଂ ତାଙ୍କ ମଧ୍ୟରେ କିଛି ଅଲଗା କରି ଦେଖାଇବାର ଇଚ୍ଛା ରହିଛି । ଲୋକମାନେ ମୋଦୀ ସରକାରଙ୍କର ଅନେକ ପ୍ରଶଂସା କରୁଥିବା ମୁଁ ଦେଖୁଛି । କିନ୍ତୁ ମୋଦୀ ଏ ପର୍ଯ୍ୟନ୍ତ ନିଜର ଅନେକ ପ୍ରତିଶ୍ରୁତି ପୂରଣ କରି ନାହାନ୍ତି । ଦେଶର ଯୁବକମାନଙ୍କୁ ପ୍ରତିବର୍ଷ ୨କୋଟି ଚାକିରି ଦେବା ପାଇଁ ମୋଦୀ ୨୦୧୪ରେ କହିଥିଲେ । ଯାହା ଏ ପର୍ଯ୍ୟନ୍ତ ପୂରା ହୋଇ ପାରି ନାହିଁ । ରୋଜଗାର କଥା କହିବା ମାତ୍ରେ ସେ ନିଜର ସବୁ ଯୋଜନା ବିଷୟରେ କହିବା ଆରମ୍ଭ କରି ଦେଇଥାନ୍ତି । ସଠିକ୍‌ ଜିନିଷ ବିଷୟରେ ସେ କେବେ ଆଲୋଚନା କରନ୍ତି ନାହିଁ” ବୋଲି କହିଥିଲେ କିଶନ ।

ସମ୍ବନ୍ଧିତ ଖବର