ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା

ଗୁଜୁରାଟର ଗାନ୍ଧୀନଗର ଲୋକସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ

ଗାନ୍ଧୀନଗର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଆଜି (ଶନିବାର ) ଗୁଜୁରାଟର ଗାନ୍ଧୀନଗର ଲୋକସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ ଏବଂ ନିତିନ୍ ଗଡକରୀ ,ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ,ଶିରୋମଣି ଅକାଳୀ ଦଳର ସୁପ୍ରିମୋ ପ୍ରକାଶ ସିଂହ ବାଦଲ ଏବଂ ଲୋଜପାର ସଂସ୍ଥାପକ ରାମବିଳାସ ପାସୱାନଙ୍କ ଭଳି ବରିଷ୍ଠ ନେତା ଉପସ୍ଥିତ ରହିବେ । ରାଜଗର ଶୀର୍ଷ ନେତାଙ୍କ ଉପସ୍ଥିତରେ ଶାହା ସମର୍ଥନ ଏବଂ ଗଠବନ୍ଧନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ଦ୍ୱିତୀୟ ସବୁଠାରୁ ଅଧିକ ଶକ୍ତିଶାଳୀ ନେତା ରୂପରେ ତାଙ୍କର କାର୍ଯ୍ୟ ଦେଖାଯିବ ।

photo-jansatta

ଗାନ୍ଧିନଗରରୁ ଚଳିତ ବର୍ଷ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ବଦଳରେ ପାର୍ଟିରୁ ଶାହା ନିର୍ବାଚନ ଲଢିବେ । ଆଡଭାନୀ ୧୯୯୮ରୁ ଏଯାଏଁ ଗାନ୍ଧୀନଗରରୁ ଲୋକସଭାକୁ ପ୍ରତିନିଧିତ୍ୱ କରିଥିଲେ । ନାମାଙ୍କନ ପତ୍ର ଦାଖଲ ସମୟରେ ଅମିତ ଶାହା ଅହମ୍ମଦାବାଦରେ ରୋଡ୍ ସୋ କରିବେ । ବର୍ତ୍ତମାନ ଶାହା ଗୁଜୁରାଟରୁ ରାଜ୍ୟସଭା ସଦସ୍ୟ ଅଛନ୍ତି । ଗୁଜୁରାଟରେ ସବୁ ୨୬ ସିଟ୍ ପାଇଁ ଏପ୍ରିଲ ୨୩ରେ ହେବାକୁ ଥିବା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖିଲ କରିବାର ଶେଷ ତାରିଖ ୪ ଏପ୍ରିଲ ।

ସମ୍ବନ୍ଧିତ ଖବର