ମାର୍ଚ୍ଚ ୧୬ରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିବ ବିଜେପି; ୮୦-୯୦ସାଂସଦଙ୍କ କଟିପାରେ ଟିକେଟ୍‌

ନୂଆଦିଲ୍ଲୀ : ଗତ ରବିବାର ନିର୍ବାଚନ କମିସନର ସୁନୀଲ ଆରୋରା ନିର୍ବାଚନର ତାରିଖ ସହ କେତୋଟି ପର୍ଯ୍ୟାୟରେ ନିର୍ବାଚନ ହେବ ଏବଂ ଫଳାଫଳ ଘୋଷଣାର ତାରିଖ ଘୋଷଣା କରିଥିଲେ । ନିର୍ବାଚନର ତାରିଖ ଘୋଷଣା ସହ ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନଙ୍କୁ କେଉଁ କେଉଁ ନିୟମର ପାଳନ କରିବାକୁ ହେବ, ତାହା ସ୍ପଷ୍ଟ କରିଥିଲେ ନିର୍ବାଚନ କମିସନର । ତେବେ ନିର୍ବାଚନ କମିସନରଙ୍କ ଘୋଷଣା ପରେ ଏବେ ସବୁ ଦଳ ନିଜ ନିଜର ପ୍ରାର୍ଥୀ ଚୟନର ପ୍ରକିୟାକୁ ସକ୍ରିୟ କରିଥିବା ଜଣା ପଡ଼ିଛି । କିଛି ଦଳ ନିଜ ନିଜର ପ୍ରାର୍ଥୀମାନଙ୍କ ନାଁ ଘୋଷଣା କରି ସାରିଥିବା ବେଳେ ବିଜେପି ମାର୍ଚ୍ଚ ୧୬ରେ ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିବ ବୋଲି ଜଣାପଡ଼ିଛି । ତେବେ ଏହି ତାଲିକାରୁ ୮୦-୯୦ଜଣ ସାଂସଦଙ୍କ ଟିକେଟ କଟିପାରେ ବୋଲି ଆଶଙ୍କା କରାଯାଉଛି ।

ମାର୍ଚ୍ଚ ୧୬ରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ପଶ୍ଚିମବଙ୍ଗର ଅଧାରୁ ଅଧିକ ଲୋକସଭା ସିଟ୍‌ଗୁଡ଼ିକ ପାଇଁ ପ୍ରାର୍ଥୀମାନଙ୍କର ପ୍ରଥମ ତାଲିକା ଘୋଷଣା କରିବାକୁ ଯାଉଛି ବିଜେପି । ଏ ନେଇ ଦଳ ମଧ୍ୟରେ ଜୋର୍‌ଦାର ଆଲୋଚନା ଚାଲୁ ରହିଥିବା ବେଳେ ୮୦-୯୦ ସାଂସଦଙ୍କ ଟିକେଟ କଟିପାରେ ବୋଲି ସୂଚନା ମିଳିଛି । ତେବେ ଏ ନେଇ ବିଜେପି ପକ୍ଷରୁ କୌଣସି ଅଧିକାରିକ ଘୋଷଣା କରାଯାଇ ନାହିଁ ।

oneindia.com

ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ଅଧ୍ୟକ୍ଷତାରେ ମାର୍ଚ୍ଚ ୧୬ରେ କେନ୍ଦ୍ରୀୟ ନିର୍ବାଚନ ସମିତିର ବୈଠକ ହେବାର ଅଛି । ଏହା ପରେ ମାର୍ଚ୍ଚ ୧୮ରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ କେନ୍ଦ୍ରୀୟ ନିର୍ବାଚନ ସମିତିର ବୈଠକ ଡ଼କାଇଛନ୍ତି । ଆଶା କରାଯାଉଛି କି ପ୍ରାର୍ଥୀମାନଙ୍କ ଚୟନକୁ ନେଇ ଏହି ବୈଠକରେ ଘୋଷଣା କରାଯିବ ।

ସମ୍ବନ୍ଧିତ ଖବର