ରୋଡ୍‌ ସୋ’ରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଦେଖି ଫୁଲ ଓ ପତାକା ଫିଙ୍ଗିଲେ ପ୍ରିୟଙ୍କା, ମୋଦୀ ମୋଦୀ ନାରା ଲଗାଇବାରୁ ଦୁଇ ଦଳ ମଧ୍ୟରେ ହେଲା ହଙ୍ଗାମା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ କଂଗ୍ରେସର ରୋଡ଼ ସୋ’ ଚାଲୁଥିବା ସମୟରେ ହଙ୍ଗାମା ହୋଇଥିବାର ଖବର ମିଳିଛି । ରାଲିରେ ବିଜେପି ଏବଂ କଂଗ୍ରେସ କର୍ମୀ ମୁହାମୁହିଁ ହେବାରୁ ହଙ୍ଗାମା ହୋଇଥିବା ଜଣା ପଡ଼ିଛି । ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ ଥିବା ବେଳେ ପ୍ରତ୍ୟେକ ଦଳ ନିଜ ନିଜର ପ୍ରଚାର ପ୍ରସାରରେ ଲାଗିପଡ଼ିଥିଲା । ସବୁ ଦଳ ଭଳି ଆଜି ଉତ୍ତରପ୍ରଦେଶ ବିଜନୌରରେ ରୋଡ଼ ସୋ’ କରିଥିଲେ ପ୍ରିୟଙ୍କା ଗାନ୍ଧୀ । ଏହି ସମୟରେ କିଛି ଏଭଳି ଘଟଣା ଘଟିଥିଲା ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରିୟଙ୍କା କଂଗ୍ରେସ ପ୍ରାର୍ଥୀ ନସିରୁଦ୍ଧିନ ସିଦ୍ଦିକୀଙ୍କ ସମର୍ଥନରେ ରୋଡ଼ ସୋ’ କରୁଥିବା ସମୟରେ ସେଠାକୁ ବିଜେପିର କିଛି କାର୍ଯ୍ୟକତା ଆସି ପହଞ୍ଚିଥିଲେ ।

www.mid-day.com

ସେହି ସମୟରେ ପ୍ରିୟଙ୍କା କିଛି ବିଜେପି କାର୍ଯ୍ୟକତାଙ୍କୁ ଦେଖି ତାଙ୍କ ଉପରକୁ ଫୁଲ, କଂଗ୍ରେସ ପତାକା ଫୋପାଡ଼ିଥିଲେ । ଯାହା ପରେ କଂଗ୍ରେସ କାର୍ଯ୍ୟକତା ‘ଚୌକିଦାର ଚୌର ହେ’ ସୋଗ୍ଲାନ ଦେବା ଆରମ୍ଭ କରି ଦେଇଥିଲେ । ଏହା ଦେଖି ବିଜେପି କର୍ମୀ ମୋଦୀ ମୋଦୀ ସୋଗ୍ଲାନ ଦେବା ସହ ପ୍ରିୟଙ୍କାଙ୍କ ରାଲି ସାମ୍ନାକୁ ଆସିବାକୁ ଚେଷ୍ଟା କରିଥିଲେ । ଯାହା ପରେ ଦୁଇ ଦଳ ମଧ୍ୟ ହଙ୍ଗାମା ଆରମ୍ଭ ହୋଇ ଯାଇଥିଲା । ଅପ୍ରେଲ ୧୧ରେ ବିଜନୌରରେ ନିର୍ବାଚନ ଥିବା ବେଳେ କଂଗ୍ରେସର ନସିରୁଦ୍ଧିନ ସିଦ୍ଦିକୀ ଏବଂ ବିଜେପିର କୁଂବର ଭାରତେନ୍ଦ୍ର ସିଂହ ମଧ୍ୟରେ ମୁକାବିଲା ହେବ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର