ରିଜର୍ଭ ବ୍ୟାଙ୍କ ସୁଧହାର ହ୍ରାସ ମୋଦିଙ୍କ ପ୍ରଚାରକୁ ସହାୟତା କରିବ

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଜି ରେପୋ ହାର ହ୍ରାସ କରିବାର ସୁଫଳ ମୋଦିଙ୍କ ନିର୍ବାଚନ ପ୍ରଚାରକୁ ମିଳିବ ବୋଲି ବିଶେଷଜ୍ଞମାନେ ମନେ କରୁଛନ୍ତି । ଏହାର କାରଣ ହେଉଛି ସୁଧହାର ଶସ୍ତା ହେବା ଯୋଗୁଁ ଦେଶରେ ଆର୍ଥିକ କାରବାର ବଢିବା ସହ ଅଭିବୃଦ୍ଧି ବଢିବ । ଅବଶ୍ୟ ଖାଦ୍ୟଦ୍ରବ୍ୟର ଦର ନିଚ୍ଚା ଥିବାରୁ ମୁଦ୍ରାସ୍ୱୀତି ହାର ନିୟନ୍ତ୍ରଣରେ ରହିଛି । ଏହା ରିଜର୍ଭ ବ୍ୟାଙ୍କକୁ ସୁଧହାର କମାଇବାକୁ ସୁଯୋଗ ଦେଇଛି । ଅନ୍ୟପକ୍ଷରେ ରିଜର୍ଭ ବ୍ୟାଙ୍କ ନିକଟରେ ଥିବା ବଳକା ନଗଦ ଅର୍ଥ ସରକାରଙ୍କୁ ପ୍ରଦାନ କରିବା ବାବଦରେ ରିଜର୍ଭ ବ୍ୟାଙ୍କର ଏକ କମିଟି ତର୍ଜ୍ଜମା କରୁଛି । ଏହି ଅର୍ଥ ଆସିଲେ ମୋଦି ସରକାରଙ୍କୁ ନିଜର ଜନକଲ୍ୟାଣକାରୀ ଯୋଜନା ପାଇଁ ଅଧିକ ଅର୍ଥ ମିଳିବ ।

ସୂଚନାଯୋଗ୍ୟ ଯେ ରିଜର୍ଭ ବ୍ୟାଙ୍କ ଆଜି ଚଳିତ ଆର୍ଥିକ ବର୍ଷର ପ୍ରଥମ ରେପୋ ହାର ସମୀକ୍ଷା ଘୋଷଣା କରିଛି । ଏଥିରେ ରେପୋହାରକୁ ୨୫ ବେସିସ ପଏଣ୍ଟ ହ୍ରାସ କରି ୬.୦୦ କରାଯାଇଛି । ଗତ ଫେବ୍ରୁଆରୀ ମାସରେ ମଧ୍ୟ ରେପୋହାର ୧୫ ବେସିସ ପଏଣ୍ଟ ହ୍ରାସ କରାଯାଇଥିଲା ।

ସମ୍ବନ୍ଧିତ ଖବର