ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ପାଇଁ ୧୮ ତାରିଖ ଦିନ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ମୋଟ ୯୭ଟି ଲୋକସଭା ନିର୍ବାଚନ ଆସନ ପାଇଁ ୧୨ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ମତଦାନ ହେବ। ଦ୍ବିତୀୟ ପର୍ଯ୍ୟାୟରେ ତାମିଲନାଡ଼ୁର ସମସ୍ତ ୩୯ ଲୋକସଭା ଆସନ, କର୍ଣ୍ଣାଟକର ୧୪ଟି ଆସନ, ମହାରାଷ୍ଟ୍ରର ୧୦ଟି, ଉତ୍ତର ପ୍ରଦେଶର ୮ଟି, ଆସାମ, ବିହାର ଏବଂ ଓଡ଼ିଶାର ୫ଟି ଲେଖାଏଁ ଆସନ, ଛତିଶଗଡ଼ ଏବଂ ପଶ୍ଚିମବଂଗର ୩ଟି ଲେଖାଏଁ ଆସନ, ଜମ୍ମୁ କଶ୍ମୀରର ୨ଟି ଆସନ ଏବଂ ମଣିପୁର, ତ୍ରିପୁରା ଓ ପୁଡୁଚେରୀର ଗୋଟିଏ ଲେଖାଏଁ ଲୋକସଭା ଆସନରେ ଭୋଟ୍ ଗ୍ରହଣ ହେବ। ଆଜି ଦ୍ବିତୀୟ ପ୍ରଚାରର ଶେଷ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଏବଂ ଛତିଶଗଡ଼ରେ ପ୍ରଚାର କରିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେରଳରେ ପ୍ରଚାର କରିଛନ୍ତି। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଇଦାନରେ ୧୬୪୪ ପ୍ରାର୍ଥୀ ଥିବା ବେଳେ ସେମାନଙ୍କ ମଧ୍ୟରେ ୪୨୭ ଜଣ କୋଟିପତି ପ୍ରାର୍ଥୀ ଅଛନ୍ତି।
ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ବେଳେ ଭୋଟ୍ ଗଣତି ମେ ୨୩ରେ ହେବ। ବିହାର, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଂଗରେ ସମସ୍ତ ପର୍ଯ୍ୟାୟରେ ମତଦାନ ହେବ। ୧୮ ଏପ୍ରିଲରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପରେ ୨୩ ଏପ୍ରିଲରେ ତୃତୀୟ ପର୍ଯ୍ୟାୟରେ ୧୧୫ଟି ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ଏଥର ନିର୍ବାଚନରେ ବିଜେପି ରାଷ୍ଟ୍ରବାଦ ଏବଂ ରାଷ୍ଟ୍ରୀୟ ସୁରକ୍ଷାକୁ ମୁଖ୍ୟପ୍ରସଙ୍ଗ କରିଥିବା ବେଳେ ବିରୋଧୀ ଦଳମାନେ କର୍ମନିଯୁକ୍ତି ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷାକୁ ନିର୍ବାଚନୀ ପ୍ରସଙ୍ଗ କରିଛନ୍ତି।
ଲୋକସଭା ନିର୍ବାଚନ:ସରିଲା ଦ୍ବିତୀୟ ପର୍ଯ୍ୟାୟ ପ୍ରଚାର
8ମଇଦାନରେ ୧୬୪୪ ପ୍ରାର୍ଥୀ 8୯୭ ଆସନରେ ଭୋଟ୍ ଗ୍ରହଣ ହେବ 8୧୨ ରାଜ୍ୟ, ୧ କେନ୍ଦ୍ର ଶାସିତ ଅଂଚଳ ସାମିଲ
/sambad/media/post_attachments/wp-content/uploads/2019/04/campaign.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)