ବାଲାକୋଟ୍‌ରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ ୨୦୧୯ ଲୋକସଭା ନିର୍ବାଚନରେ ମୋଦିଙ୍କୁ ପୁଣି ଥରେ ସତ୍ତାକୁ ଆଣିବାରେ ସାହାଯ୍ୟ କରିବ: ଯୋଗୀ ଅଦିତ୍ୟନାଥ

ଲକ୍ଷ୍ନୌ: ପୁଲଓ୍ଵାମା ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ବାୟୁସେନା ଘଟଣା ଘଟିବାର ୧୨ଦିନ ମଧ୍ୟରେ ପାକିସ୍ତାନର ବାଲାକୋଟ୍‌ରେ ଏୟାର ଷ୍ଟ୍ରାଇକ୍‌ କରିଥିଲେ । ଯେଉଁଥିରେ ପ୍ରାୟ ୩୦୦ଆତଙ୍କବାଦୀ ନିହତ ହୋଇଥିଲେ ବୋଲି ଦାବି କରା ଯାଇଥିଲା । ତେବେ ଏହି ଏୟାର ଷ୍ଟ୍ରାଇକ୍‌ ପରେ ସାରା ଭାରତବାସୀ ଖୁସି ଥିବା ବେଳେ କିଛି ଲୋକ ଏହାକୁ ସମାଲୋଚନା କରିବା ସହ ପ୍ରମାଣ ମାଗିଥିଲେ । ଏବେ ସମାଲୋଚନାକାରୀଙ୍କୁ ଜବାବ ଦେବାକୁ ଯାଇ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର ପ୍ରତିକ୍ରିୟା ରଖିଛନ୍ତି ।

କେନ୍ଦ୍ର ଯେଉଁଭଳି ଭାବରେ ସାହସିକତାର କାମ କରିଛି, ତାହା ମୋଦି ସରକାରଙ୍କୁ ୨୦୧୯ ଲୋକସଭା ନିର୍ବାଚନରେ ସହଜରେ ଜିତିବା ପାଇଁ ସାହାଯ୍ୟ କରିବ । ନିଜ ଟୁଇଟ୍‌ର ଆକାଉଣ୍ଟକୁ ଯାଇ ଏକ କବିତା ସେୟାର କରିବା ସହ ଆଗାମୀ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର ୮୦ଟି ଲୋକସଭା ସିଟ୍‌ ମଧ୍ୟରୁ ୭୪ଟି ସିଟ୍‌ରେ ଦଳ ଖୁବ୍‌ ସହଜରେ ବିଜୟ ହାସଲ କରିବା ନେଇ ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି ।

ସମ୍ବନ୍ଧିତ ଖବର