ସାଂସଦଙ୍କୁ ପତ୍ର ଲେଖିଲେ ଲୋକସଭା ସେକ୍ରେଟାରି ଜେନେରାଲ

ଗୃହକାର୍ଯ୍ୟ ସ୍ବାଭାବିକ ରଖିବାକୁ ପରାମର୍ଶ ଲୋଡ଼ିଲେ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଲୋକସଭା ସେକ୍ରେଟାରି ଜେନେରାଲ ସ୍ନେହଲତା ଶ୍ରୀବାସ୍ତବ ସମସ୍ତ ସାଂସଦଙ୍କୁ ପତ୍ର ଲେଖି ଶୀତକାଳୀନ ଅଧିବେଶନକୁ ସୁଚାରୁ ରୂପେ ଚଳାଇବାକୁ ପତ୍ର ଲେଖିଥିବା ଜଣାପଡ଼ିଛି। ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହେବାପରେ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ସମ୍ଭାବନା ରହିଛି। ରାଫେଲ, ସିବିଆଇ ଏବଂ ଆର୍‌ବିଆ ଆଦି ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିବା ଏକ ପ୍ରକାଶ ନିଶ୍ଚିତ ଥିବାରୁ ଗୃହ କାର୍ଯ୍ୟ କିଭଳି ସୁରୁଖରୁରେ ଚାଲିବ ସେ ନେଇ ଲୋକସଭା ସଚିବାଳୟ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ମୋଦୀ ସରକାରଙ୍କ ପାଇଁ ଶୀତ ଅଧିବେଶନ ଅନେକ ଗୁରୁତ୍ବ ବହନ କରୁଛି। ଏଥିରେ ସରକାର କେତେକ ଗୁରୁତ୍ବପୂର୍ଣ୍ଣ ବିଲ୍‌ ଗୃହୀତ କରିବାକୁ ପ୍ରୟାସ କରିବେ। ଶୀତକାଳୀନ ଅଧିବେଶନ ଡିସେମ୍ବର ଦ୍ବିତୀୟ ସପ୍ତାହରେ ଆରମ୍ଭ ହେବା ସମ୍ଭାବନା ରହିଛି। ୨୦୧୭ରେ ଡିସେମ୍ବର ୧୫ରୁ ଜାନୁଆରି ୫ ପର୍ଯ୍ୟନ୍ତ ଶୀତ ଅଧିବେଶନ ଚାଲିଥିଲା।

ସମ୍ବନ୍ଧିତ ଖବର