ଲୋକାୟୁକ୍ତ ନିଯୁକ୍ତି ଦ୍ବନ୍ଦ୍ବ ହଟିଲା : ଲୋକାୟୁକ୍ତ ଓ ସଦସ୍ୟ ଚୟନ କମିଟି ବୈଠକ ଆଜି

ମାର୍ଚ୍ଚ ୩୧ ସୁଦ୍ଧା ଚୟନ ପ୍ରକ୍ରିୟା, ଏପ୍ରିଲ ୮ରୁ ଲୋକାୟୁକ୍ତ ଅଫିସ, ସତ୍ୟପାଠରେ ସୁପ୍ରିମକୋର୍ଟ ସନ୍ତୁଷ୍ଟ

ନୂଆଦିଲ୍ଲୀ/ଭୁବନେଶ୍ବର : ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଲୋକାୟୁକ୍ତ ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା ଶେଷ ହେବ। ଏପ୍ରିଲ ୮ ତାରିଖରୁ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ ବିଧିବଦ୍ଧ ଭାବେ କାର୍ଯ୍ୟାରମ୍ଭ କରିବ।

ଲୋକାୟୁକ୍ତ ପ୍ରସଙ୍ଗକୁ ନେଇ ବିରୋଧୀ ଘେରୁଥିବା ବେଳେ ନିର୍ବାଚନ ପୂର୍ବରୁ ଏ ସଂକ୍ରାନ୍ତ ଦ୍ବନ୍ଦ୍ବ ଦୂର ପାଇଁ ଆଜି ସୁପ୍ରିମକୋର୍ଟରେ ଏଭଳି ତଥ୍ୟ ରଖି ରାଜ୍ୟ ସରକାର ଏକ ବଡ଼ କାର୍ଡ ଖେଳିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ, ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନାଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ସତ୍ୟପାଠ ଉପରେ ସନ୍ତୋଷ ବ୍ୟକ୍ତ କରିଥିେଲ। ଏହାକୁ ରେକର୍ଡ କରାଯାଇଥିଲା। ତେବେ କୋର୍ଟଙ୍କ ପୂର୍ବ ନିେର୍ଦଶ ଅନୁସାରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ ହେଁ, ମାମଲାକୁ ନେଇ କୌଣସି ଶୁଣାଣି ହୋଇନଥିଲା।

ଅନ୍ୟପକ୍ଷରେ ଆସନ୍ତାକାଲି ବସିବ ଲୋକାୟୁକ୍ତ ଚୟନ କମିଟିର ତୃତୀୟ ବୈଠକ। ସନ୍ଧ୍ୟା ସାଢ଼େ ୬ଟାରେ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ପଦ ପାଇଁ ୭ଜଣିଆ ଯାଞ୍ଚ କମିଟି ପଠାଇଥିବା ନାମ ତାଲିକା ଉପରେ ତର୍ଜମା େହବ।

ଲୋକାୟୁକ୍ତ ଚୟନ କମିଟି ବୈଠକରେ ବାଚସ୍ପତି ପ୍ରଦୀପ କୁମାର ଅମାତ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀଙ୍କ ସମେତ ପ୍ରତିଷ୍ଠିତ ଜୁରିଷ୍ଟ୍ ଜଷ୍ଟିସ ଅନଙ୍ଗ ନାରାୟଣ ପଟ୍ଟନାୟକ ଯୋଗଦେବେ।

ରାଜ୍ୟ ସରକାର େକାର୍ଟରେ ଦାଖଲ କରିଥିବା ପାଞ୍ଚ ପୃଷ୍ଠାର ସତ୍ୟପାଠରେ େଲାକାୟୁକ୍ତ ନିଯୁକ୍ତି େକ୍ଷତ୍ରରେ କି କି ପଦକ୍ଷେପ ନିଆଯାଇଛି, େସ େନଇ ସୂଚନା ଦିଆଯାଇଥିଲା। ଏଥିରେ କୁହାଯାଇଛି, ଗତ ଡିେସମ୍ବର ୧୦ ତାରିଖ ବୈଠକରେ ଓଡ଼ିଶା େଲାକାୟୁକ୍ତ ଆଇନ, ୨୦୧୪ ଅନ୍ତର୍ଗତ ଅଧ୍ୟକ୍ଷ ଓ ଛଅଜଣ ସଦସ୍ୟଙ୍କ ପାଇଁ ସର୍ଚ କମିଟି ଗଠନ କରାଯାଇଥିଲା। ୧୯ ତାରିଖରେ େଲାକାୟୁକ୍ତ ଓ ସଦସ୍ୟଙ୍କ ନାମ ପ୍ୟାେନଲ୍ ସୁପାରିସ କରିବା ଲାଗି କୁହାଯାଇଥିଲା ଓ ମାସକ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଥିଲା।

ବିଚାରପତି ଅମିତାଭ ରାୟଙ୍କ ଅଧ୍ୟକ୍ଷତାରେ ଗଠିତ ସର୍ଚ କମିଟିର ପ୍ରଥମ ବୈଠକ ଡିସେମ୍ବର ୨୪ ତାରିଖରେ ବସିଥିଲା। ନିୟମ ଅନୁସାରେ, ଡିସେମ୍ବର ୨୭ତାରିଖରେ ସର୍ଚ କମିଟିର େଵବ୍‌ସାଇଟରେ ଅଧ୍ୟକ୍ଷ ଓ େଲାକାୟୁକ୍ତ ସଦସ୍ୟ ପାଇଁ ଆବେଦନ କରିବା ଲାଗି କୁହାଯାଇଥିଲା ଓ ଜାନୁଆରି ୫ ତାରିଖକୁ େଶଷ ଦିନ େବାଲି ଧାର୍ଯ୍ୟ କରାଯାଇଥିଲା। ଏ ସଂକ୍ରାନ୍ତ ବିଜ୍ଞାପନ ମଧ୍ୟ ଖବରକାଗଜରେ ପ୍ରକାଶ ପାଇଛି। ଏହାବ୍ୟତୀତ ସର୍ଚ କମିଟି ଅଧ୍ୟକ୍ଷ ସୁପ୍ରିମକୋର୍ଟ େରଜିଷ୍ଟର, ୨୪ଟି ହାଇକୋର୍ଟର ବିଚାରପତି, ୨୨ଟି ଜାତୀୟ ଆଇନ ବିଶ୍ବବିଦ୍ୟାଳୟର କୁଳପତି, ନିେର୍ଦଶକଙ୍କୁ ଅଧ୍ୟକ୍ଷ ଓ େଲାକାୟୁକ୍ତ ସଦସ୍ୟ ପାଇଁ େନାମିେନସନ ପଠାଇବା ପାଇଁ ଅନୁେରାଧ କରାଯାଇଥିଲା।

ସରକାର ସତ୍ୟପାଠରେ ଆହୁରି ଦର୍ଶାଇଛନ୍ତି େଯ ସର୍ଚ କମିଟିର ଜାନୁଆରି ୮ ଓ ୯ ତାରିଖ ବୈଠକରେ ଅଧ୍ୟକ୍ଷ ଓ େଲାକାୟୁକ୍ତ ସଦସ୍ୟଙ୍କ ନିଯୁକ୍ତି େନଇ ପ୍ରାର୍ଥୀମାନଙ୍କର ନାମ ଦରଜ ପ୍ରକ୍ରିୟାକୁ ଚୂଡାନ୍ତ କରାଯାଇଥିଲା। ଆସନ୍ତାକାଲି ତଥା େଫବ୍ରୁଆରି ୧୨ ତାରିଖରେ େଲାକାୟୁକ୍ତ ଚୟନ କମିଟିର ବୈଠକ ଅଧ୍ୟକ୍ଷ ଓ େଲାକାୟୁକ୍ତ ସଦସ୍ୟଙ୍କର ନାମ ସୁପାରିସ ପାଇଁ ବୈଠକ ବସୁଛି। ଏହା ପରେ ସଦସ୍ୟଙ୍କ ନିଯୁକ୍ତି ଅନୁେମାଦନ ପ୍ରସ୍ତାବ ରାଜ୍ୟପାଳଙ୍କ ନିକଟରେ ରଖାଯିବ ଓ ମଞ୍ଜୁରି ମିଳିବା ପରେ େଗଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ।

ମାମଲାର ପରବର୍ତୀ ଶୁଣାଣି ଏପ୍ରିଲ େଶଷ ସପ୍ତାହକୁ ଧାର୍ଯ୍ୟ କରାଯାଇଛି। େକାର୍ଟରେ ଆଜି ରାଜ୍ୟର ଆଡଭୋକେଟ୍ େଜନେରାଲ ସୂର୍ଯ୍ୟ ମିଶ୍ର, ରାଜ୍ୟ ସରକାରଙ୍କ ଓକିଲ ଶିଭାଶିଷ ମିଶ୍ର, ଶିବଶଙ୍କର ମିଶ୍ର ଉପସ୍ଥିତ ଥିଲେ। ୨୦୧୪ େଫବ୍ରୁଆରି ୧୪ ତାରିଖରେ ଓଡ଼ିଶା ବିଧାନସଭାରେ େଲାକାୟୁକ୍ତ ବିଲ୍ ଅନୁମୋଦନ ବିଲ୍ ପାରିତ େହାଇଥିଲା।

ସମ୍ବନ୍ଧିତ ଖବର