ମୁମ୍ବାଇ/ ନୂଆଦିଲ୍ଲୀ: ଭିଡିଓକନ୍ ମନିଲଣ୍ଡରିଂ ମାମଲାରେ ଆଇସିଆଇସିଆଇ ବ୍ୟାଙ୍କ୍ର ପୂର୍ବତନ ସିଇଓ ଚନ୍ଦା କୋଚର ତାଙ୍କ ସ୍ୱାମୀ ଦୀପକ କୋଚର ଓ ଭିଡିଓକନ୍ର ପରିଚାଳନା ନିର୍ଦ୍ଦେଶକ ଭେନୁଗୋପାଲ ଧୂତ୍ଙ୍କ ଉପରେ ଆଜି ଲୁକ୍ଆଉଟ୍ ନୋଟିସ୍ ଜାରି କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ମନିଲଣ୍ଡରିଂ ମାମଲାରେ ଫସିଥିବା ଏହି ସମସ୍ତ ଅଭିଯୁକ୍ତ କାଳେ ଦେଶ ଛାଡ଼ି ପଳାୟନ କରିବେ ସେହି ଆଶଙ୍କାରେ ଏମାନଙ୍କ ବିରୋଧରେ ସିବିଆଇ ଲୁକ୍ଆଉଟ୍ ନୋଟିସ୍ ଜାରି କରିଥିବା ଜାଣିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଭିଡିଓକନ୍ର ପରିଚାଳନା ନିର୍ଦ୍ଦେଶକ ଭେନୁଗୋପାଲ ଆଇସିଆଇସିଆଇ ବ୍ୟାଙ୍କ୍ର ପୂର୍ବତନ ସିଇଓ ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚରଙ୍କ ସହ ବନ୍ଧୁତା ସ୍ଥାପନ କରି ଚନ୍ଦା କୋଚରଙ୍କୁ ହାତ କରି ସମସ୍ତ ନୀତି ନିୟମକୁ ଉଲ୍ଲଂଘନ କରି ଆଇସିଆଇସିଆଇ ବ୍ୟାଙ୍କ୍ରୁ ୧,୮୭୫ କୋଟି ଟଙ୍କା ୬ଟି ଭିନ୍ନ ଭିନ୍ନ ଋଣ ଜରିଆରେ ହାତେଇ ନେଇଥିଲେ। ଏସଂପର୍କରେ ଜଣାପଡ଼ିବା ପରେ ପ୍ରଥମେ ପ୍ରବର୍ତ୍ତନ ନିର୍ଦ୍ଦୋାଳୟ ଓ ଆୟକର ବିଭାଗ ପକ୍ଷରୁ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଥିଲା। ତେବେ, ଏହି ଆର୍ଥିକ ଦୁର୍ନୀତିର ଗମ୍ଭୀରତାକୁ ଦେଖି ଏହି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରା ଯାଇଥିଲା। ବର୍ତ୍ତମାନ ସିବିଆଇ ଏହି ମାମଲାର ତଦନ୍ତ କରୁଥିବା ବେଳେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ଆଇସିଆଇସିଆଇ ବ୍ୟାଙ୍କ୍ର ପୂର୍ବତନ ସିଇଓ ଚନ୍ଦା କୋଚର ତାଙ୍କ ସ୍ୱାମୀ ଦୀପକ କୋଚର ଓ ଭିଡିଓକନ୍ର ପରିଚାଳନା ନିର୍ଦ୍ଦେଶକ ଭେନୁଗୋପାଲ ଧୂତ୍ଙ୍କ ଉପରେ ଆଜି ଲୁକ୍ଆଉଟ୍ ନୋଟିସ୍ ଜାରି କରିଛି।