ଜୈସ ଆତଙ୍କବାଦୀ ଖଲିଦଙ୍କ ହତ୍ୟା ପଛର ରହସ୍ୟ: ଲଭ୍‌, ସେକ୍ସ ଆଉ ଧୋକା!

ଶ୍ରୀନଗର: ଜମ୍ମୁ-କାଶ୍ମୀରରୁ ଶେଷ ହେବକି ଆତଙ୍କବାଦୀମାନଙ୍କର ଚରମପନ୍ଥୀ ଆଚରଣ? ଫେରିଆସିବ କି ଆଉ ଶାନ୍ତି? ଭାରତୀୟ ସେନା ପାଇଁ ନୂଆ ସଫଳତା। ଦୀର୍ଘ ଦିନ ଧରି ନିଜ ଆଙ୍ଗୁଠି ଅଗରେ ସୀମାନ୍ତରେ ଅଶାନ୍ତି ସୃଷ୍ଟି କରୁଥିବା ଆତଙ୍କବାଦୀ ଖଲିଦର ନିହତ ଖବର ଏବେ ଦେଶବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତ କରିଛି। ତେବେ, ସେନା ଗୁଳିରେ ସୋମବାର ସକାଳେ ନିହତ ହୋଇଥିବା ଜୈସ୍‌-ଇ-ମହମ୍ମଦ(ଜେଇଏମ୍‌) ଆତଙ୍କବାଦୀ ଖଲିଦ୍‌ର ମୃତ୍ୟୁ ପଛର ରହସ୍ୟ ଏବେ ଜାଣିବାକୁ ମିଳିଛି। ଖଲିଦ୍‌ର ପୂର୍ବତନ ପ୍ରେମିକା ପ୍ରତିଶୋଧ ନେବାକୁ ଯାଇ ସେନାକୁ ଖଲିଦ ରହୁଥିବା ଠିକଣା ବିଷୟରେ କହିଥିବା ଜଣାପଡ଼ିଛି। ଗତ ବର୍ଷ ଖଲିଦ୍‌ର ୨୦ ବର୍ଷୀୟା ପ୍ରେମିକା ଜମ୍ମୁ-କଶ୍ମୀରର ପୁଲିସ୍‌ ସାମ୍ନାରେ କହିଥିଲେ ଯେ କୌଣସି ବି ପରିସ୍ଥିତିରେ ସେ ଜୈସ୍‌-ଇ-ମହମ୍ମଦର ଜମ୍ମୁ-କଶ୍ମୀର ମୁଖ୍ୟ ଖଲିଦଙ୍କ ମୃତ୍ୟୁ ଚାହାନ୍ତି। ଆବଶ୍ୟକ ପଡ଼ିଲେ ତାଙ୍କୁ ଧରିବା ପାଇଁ ସବୁ ପ୍ରକାର ସାହାଯ୍ୟ ସେ କରିବେ ବୋଲି ପୁଲିସ୍‌କୁ ପ୍ରତିଶ୍ରୁତି ଦେଇଥିଲେ। ଯୁବତୀ ଜଣକ ନିଜର କଥା ପୂରା କରି ପୂର୍ବତନ ପ୍ରେମିକ ଖଲିଦଙ୍କ ବିରୋଧରେ ରଚିଥିବା ଷଡ଼ଯନ୍ତ୍ରରେ ସଫଳ ହୋଇଛନ୍ତି। ଶେଷରେ ସେନା ଗୁଳିରେ ଆଖି ବୁଜିଛି ଖଲିଦ।

ଯୁବତୀ କାହିଁକି ଖଲିଦର ମୃତ୍ୟୁ ଚାହୁଁଥିଲେ?

କିିଛି ବର୍ଷ ତଳୁ ଖଲିଦର ଉକ୍ତ ଯୁବତୀଙ୍କ ସହ ପ୍ରେମ ସଂପର୍କ ଥିଲା। ସେମାନେ ଧୀରେ ଧୀରେ ଘନିଷ୍ଠ ହେବାରୁ ଦିନେ ଯୁବତୀ ଜଣକ ଜାଣିବାକୁ ପାଇଲେ ଯେ ସେ ଅନ୍ତସତ୍ତ୍ୱା। ସେ ଅତ୍ୟନ୍ତ ଖୁସିର ସହ ଏ ବିଷୟରେ ଖଲିଦକୁ କହିବାରୁ ଖଲିଦର ଉତ୍ତର ଥିଲା ନୈରାଶ୍ୟଜନକ। ଖଲିଦ କହିଥିଲେ ଉଭୟ ଯୁବତୀ ଏବଂ ତାଙ୍କ ପେଟରେ ବଢୁଥିବା ପିଲାର ସେ କୌଣସି ପ୍ରକାର ଦାୟିତ୍ୱ ନେବେ ନାହିଁ। ଖଲିଦ୍‌ ଓଲଟା ନିଜ ପ୍ରେମିକାଙ୍କୁ ଗର୍ଭପାତ କରିବାକୁ ପରାମର୍ଶ ଦେଇଥିଲେ। ଫଳରେ ଯୁବତୀ ଜଣକ ବାଧ୍ୟ ହୋଇ ନିଜର ଗର୍ଭପାତ କରାଇଥିଲେ। ହେଲେ ଏତେ ଶୀଘ୍ର ସେ ପ୍ରେମିକ ଖଲିଦର ପ୍ରତାରଣାକୁ ଭୁଲି ପାରି ନଥିଲେ। ସେଇଦିନଠାରୁ ଖଲିଦଙ୍କ ପ୍ରତିଶୋଧ ନେବାକୁ ଯୁବତୀ ମନସ୍ଥ କରିଥିଲେ।

କେମିତି ଥିଲା ଖଲିଦ?

ଖଲିଦ୍‌ ଜୈସ୍‌-ଇ-ମହମ୍ମଦ(ଜେଇଏମ୍‌) ଆତଙ୍କବାଦୀ ସଂଗଠନର ଥିଲା ମାଷ୍ଟର୍‌ମାଇଣ୍ଡ୍‌। ସେ ଉତ୍ତରରୁ ଦକ୍ଷିଣ କଶ୍ମୀର ପର୍ଯ୍ୟନ୍ତ ସବୁଠି ବିଛାଉ ଥିଲା ଆତଙ୍କବାଦର ଜାଲ ।  ସେନା ଉପରେ ଆକ୍ରମଣ ଥିଲା ମୁଖ୍ୟ ମିସନ୍।  ବିଶେଷ କରି ସୋପରେ, ବଲମୁଲା, ହାଣ୍ଡ୍‌ଓ୍ଵାରା ଏବଂ କୁପଓ୍ଵାରା ଅଞ୍ଚଳରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ସମତେ ତାର ସମୁଦାୟ ୧୨ଟି ହମ୍‌ଲାରେ ସଂପୃକ୍ତି ଥିଲା। ଖଲିଦ୍‌ର ଏକ ସ୍ୱତନ୍ତ୍ର ‘ଲଭର୍‌ ବଏ’ ଇମେଜ୍‌ ଥିଲା। ଏପରିକି ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ତାର ୪ ଜଣ ପ୍ରେମିକା ଥିଲେ।

ଖଲିଦକୁ ଧରିବାର ଯୋଜନା ଥିଲା ଏମିତି!

କିଛି ସମୟ ପୂର୍ବରୁ ଖଲିଦ୍‌ ଯେଉଁ ଅଞ୍ଚଳରେ ରହୁଥିଲା ଯୁବତୀ ଜଣକ ସେ ଅଞ୍ଚଳ ସଂପର୍କରେ ସଂପୂର୍ଣ୍ଣ ସୂଚନା ସେନାକୁ ଦେଇଥିଲେ। ପୁଲିସ୍‌ ହଠାତ୍‌ ଖଲିଦ୍‌ ରହୁଥିବା ସ୍ଥାନରେ ଚଢ଼ଉ କରି ତାକୁ ଅଚାନକ ଧରିବାରେ ସମର୍ଥ ହୋଇଥିଲେ। ଏବେ ଶୁଣିବାକୁ ମିଳୁଛି ଯେ ଖଲିଦ ସଙ୍ଗେ ସଙ୍ଗେ ଜମ୍ମୁ-କଶ୍ମୀରରେ ମଧ୍ୟ ଆଙ୍କବାଦୀଙ୍କ ଉତ୍ପାତ ଏକ ପ୍ରକାର ଶେଷ ହୋଇଗଲା।

ଖଲିଦ୍‌ ଜୈସ୍‌-ଇ-ମହମ୍ମଦ(ଜେଇଏମ୍‌) ଆତଙ୍କବାଦୀ ସଂଗଠନର ଥିଲା ମାଷ୍ଟର୍‌ମାଇଣ୍ଡ୍‌। ଖଲିଦ୍‌ର ଏକ ସ୍ୱତନ୍ତ୍ର ‘ଲଭର୍‌ ବଏ’ ଇମେଜ୍‌ ଥିଲା। ଏପରିକି ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ତାର ୪ ଜଣ ପ୍ରେମିକା ଥିଲେ।

ସମ୍ବନ୍ଧିତ ଖବର