ବିବାହ ପାଇଁ ପରିବାର ତରଫରୁ ସ୍ୱୀକୃତି ନ ମିଳିବାରୁ ଆତ୍ମହତ୍ୟା ଯୋଜନା କଲେ ପ୍ରେମୀଯୁଗଳ, କିନ୍ତୁ ଗାଡ଼ି ଆଗକୁ ଡ଼େଇଁବା ପୂର୍ବରୁ ପ୍ରେମିକ କଲା ଏଭଳି କାମ

ଆଗ୍ରା : ପ୍ରେମରେ ପଡ଼ିବା ପରେ ସାଥୀରେ ବଞ୍ଚିବା-ମରିବାର ନିଷ୍ପତ୍ତି ନେଇଥିଲେ ପ୍ରେମୀଯୁଗଳ । କିନ୍ତୁ ଦୁହିଁଙ୍କ ପରିବାର ଲୋକେ ସେମାନଙ୍କ ଭଲ ପାଇବାକୁ ନ ବୁଝି ଦୁହିଁଙ୍କୁ ଅଲଗା କରି ଦେଇଥିଲେ । ବିବାହ କରିବାକୁ ମନା କରିବା ପରେ ଅଲଗା ହେବା ଡ଼ରରେ ଦୁହେଁ ଆତ୍ମହତ୍ୟା କରିବାର ଯୋଜନା କରିଥିଲେ । ଯୋଜନା ମୁତାବକ ହାଇେଓ୍ଵରେ ମଧ୍ୟ ଯାଇ ପହଞ୍ଚିଥିଲେ । କିନ୍ତୁ ଗାଡ଼ି ଆଗକୁ ଡ଼େଇଁବା ପୂର୍ବରୁ ପ୍ରେମିକ ନିଜ ପ୍ରେମିକାକୁ ପଛକୁ ଠେଲି ନିଜେ ମୃତ୍ୟୁବରଣ କରିଥିଲେ । ପ୍ରେମିକ ନିଜ ପ୍ରେମିକାକୁ ବଞ୍ଚାଇବା ପାଇଁ କରିଥିବା ଏହି କାମ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଭାବିବାକୁ ବାଧ୍ୟ କରିଛି । ଘଟଣାଟି ଆଗ୍ରାର ଏତମାଦ୍‌ପୁରରେ ଘଟିଥିବା ଜଣାପଡ଼ିଛି ।

oneindia.com

ସୂଚନା ମୁତାବକ, ଫିରୋଜାବାଦ୍‌ର ଜେଓ୍ଵର କଲୋନିରେ ରହୁଥିବା ୨୪ବର୍ଷୀୟ ସୋହେବ୍‌ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ପରେ ପୁଲିସ ଘଟଣାର ତଦନ୍ତ କରିବା ସମୟରେ ପ୍ରେମିକା ନିଜର ଦୁଃଖଭରା କାହାଣୀ ଜଣାଇଥିଲେ । “ପରିବାର ଲୋକେ ଆମ ଦୁହିଁଙ୍କୁ ଅଲଗା କରିବାକୁ ଚାହୁଁଥିବା ବେଳେ ମୁଁ ଏବଂ ସୋହେବ୍‌ ସାଥୀରେ ମରିବା ପାଇଁ ନିଷ୍ପତ୍ତିି ନେଇଥିଲୁ । ଏଥି ପାଇଁ ଆମେ ନ୍ୟାସ୍‌ନାଲ ହାଇେଓ୍ଵ ୨ରେ ଯାଇ ପହଞ୍ଚିଥିଲୁ । କିନ୍ତୁ ଗାଡ଼ି ଆଗକୁ ଡ଼େଇଁବା ପୂର୍ବରୁ ସୋହେବ୍‌ ମୋତେ ପଛକୁ ଠେଲି ଦେଇଥିଲେ । ଯାହା ଫଳରେ ମୁଁ ବଞ୍ଚିଗଲି ଏବଂ ସେ ମୋତେ ଛାଡ଼ି ଚାଲିଗଲେ” ବୋଲି ପୁଲିସକୁ ପ୍ରେମିକା ଜଣାଇଛନ୍ତି । ଦୁର୍ଘଟଣା ପରେ ସୋହେବ୍‌ଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର