ଲକ୍ଷ୍ନୌ : ଏବେ ଲକ୍ଷ୍ନୌରେ ଆରମ୍ଭ ହୋଇଛି ଡ୍ରୋନ୍ ଜରିଆରେ ଚାହା ଯୋଗାଣ। ଆଇଆଇଟି କାନପୁରର କିଛି ଛାତ୍ର ଏନେଇ ଆରମ୍ଭ କରିଛନ୍ତି ନିଜର ଷ୍ଟାର୍ଟ ଅପ୍ କମ୍ପାନୀ। ଏଭଳି ଚାହା ବିକ୍ରି ଦେଶରେ ପ୍ରଥମ ବୋଲି କୁହାଯାଉଛି। ଏପ୍ରିଲ ୧ ତାରିଖରେ ଗଠିତ ନୂଆ କମ୍ପାନୀ ଟେକ୍ ଇଗଲ୍ ଏହାକୁ ବିକଶିତ କରିଛି। ଡିଜିସିଏ ଅନୁମତି ମିଳିବା ପରେ ଏହା ବ୍ୟବସାୟିକ ଭାବେ କାର୍ଯ୍ୟ କରିବ।
ଲକ୍ଷ୍ନୌ ସହରର ୧୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଏହି ସେବା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି। ସେହିପରି ସର୍ବାଧିକ ୧୦ ଲିଟର ଚାହା ଡ୍ରୋନ୍ ଜରିଆରେ ଦିଆଯାଇପାରିବ। ଜିପିଏସ୍ ଜରିଆରେ ଏହା ଗ୍ରାହକଙ୍କ ନିକଟକୁ ଚାହା ନେଇପାରିବ। ଲକ୍ଷ୍ନୌର ଏହି ଡ୍ରୋନ୍ ଚାହା ବିକ୍ରି ଏବେ ଦେଶବ୍ୟାପୀ ଉତ୍କଣ୍ଠାର ବିଷୟ ପାଲଟିଛି । ଆଇଆଇଟି କାନପୁରର କିଛି ଛାତ୍ରମାନେ ଏହାକୁ ବ୍ୟବସାୟିକ ଭାବେ କାର୍ଯ୍ୟ କରିବା ପାଇଁ ନିଜର ଏକ ଷ୍ଟାର୍ଟ ଅପ କମ୍ପାନୀ ଆରମ୍ଭ କରିଛନ୍ତ।