ଏହି କାରଣ ପାଇଁ ବ୍ରେନ୍‌ ଟ୍ୟୁମରର ଅସ୍ତ୍ରୋପଚାର ଚାଲିଥିବା ବେଳେ ପରିବାର ସହ ଭିଡିଓ କଲ୍‌ କରି କଥା ହେଲେ ଯୁବକ

ନୂଆଦିଲ୍ଲୀ: ଲକ୍ଷ୍ନୌର ଆପୋଲୋମେଡିକ୍ସ ସୁପର ସ୍ପେଶାଲିଟି ହସ୍ପିଟାଲରେ ହୋଇଥିବା ଜଣେ ଯୁବକଙ୍କ ବ୍ରେନ୍‌ ଟ୍ୟୁମର ଅସ୍ତ୍ରୋପଚାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଅସ୍ତ୍ରୋପଚାର ଆରମ୍ଭରୁ ଶେଷ ହେବା ପର୍ଯ୍ୟନ୍ତ ଯୁବକଜଣଙ୍କ ନିଜ ପରିବାର ସହ ଭିଡିଓ କଲ ଜରିଆରେ କଥା ହୋଇଥିଲେ । ଅସ୍ତ୍ରୋପଚାରର ଡ଼ର ଯେମିତି ମନକୁ ନ ଆସୁ ସେଥିପାଇଁ ଡାକ୍ତର ଯୁବକଙ୍କୁ ଏଭଳି କରିବାକୁ ପରାମର୍ଶ ଦେଇଥିଲେ ।

aerztezeitung.de

ଅସ୍ତ୍ରୋପଚାର କରିଥିବା ନ୍ୟୁରୋସର୍ଜନ ରବିଶଙ୍କରଙ୍କ କହିବା ଅନୁଯାୟୀ, ବ୍ରେନ୍‌ ଟ୍ୟୁମର ଅସ୍ତ୍ରୋପଚାରେ ରୋଗୀକୁ ଅଚେତ କରିବାର କୌଣସି ଆବଶ୍ୟକ ନଥାଏ । କିନ୍ତୁ ଅନେକ ସମୟରେ ରୋଗୀ ଡ଼ରିଯିବା ସହ ଚିନ୍ତାଗ୍ରସ୍ତ ହୋଇ ପଡ଼ନ୍ତି । ସେ ସବୁ ସମସ୍ୟାକୁ ଆଖି ଆଗରେ ରଖି ଆମେ ସଚ୍ଚିନଙ୍କୁ ନିଜ ପରିବାର ସହ ଭିଡିଓ କଲ୍‌ ଜରିଆରେ କଥା ହେବା ପାଇଁ କହିଥିଲୁ । ସେ ନିଜ ପରିବାର ସହ ନିଜ ଭବିଷ୍ୟତ ବିଷୟରେ କଥା ହୋଇଥିଲେ । ସଚ୍ଚିନଙ୍କ ବ୍ରେନ୍‌ ଟ୍ୟୁମର ଅସ୍ତ୍ରୋପଚାର ପ୍ରାୟ ୪ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା । ଏବେ ସେ ସୁସ୍ଥ ଥିବା ସହ ତାଙ୍କ ଅବସ୍ଥାରେ ସୁଧାର ଆସୁଥିବା କହିଛନ୍ତି ନ୍ୟୁରୋସର୍ଜନ ରବିଶଙ୍କର ।

ସମ୍ବନ୍ଧିତ ଖବର