ଲକ୍ଷ୍ନୌରେ ଆମେରିକୀୟ ମହିଳାଙ୍କ ସହ ଅସଦାଚରଣ , ଅଭିଯୁକ୍ତ ଗିରଫ

ଲକ୍ଷ୍ନୌ : ଲକ୍ଷ୍ନୌର ହଜରତଗଞ୍ଜ ଇଲାକାରେ ଆଜି ଜଣେ ବିଦେଶୀ ମହିଳାଙ୍କୁ ଜଣେ ବାଇକ୍‌ ଟାକ୍ସି ଚାଳକ ଅସଦାଚରଣ କରିଛି । ୨୮ ବର୍ଷୀୟ ମହିଳାଜଣକ ଜଣେ ଆମେରିକା ନାଗରିକ ବୋଲି ଜଣାପଡିଛି । ଉକ୍ତ ମହିଳା ଏକ ବାଇକ ଟାକ୍ସି ନେଇ ନିଜର ଅଫିସକୁ ଯାଉଥିବାବେଳେ ସଂପୃକ୍ତ ଚାଳକ ତାଙ୍କୁ ଅସଦାଚରଣ କରିଥିଲା । ଅଭିଯୁକ୍ତ ଚାଳକ ବିଜୟ କୁମାର (୨୮)କୁ ଗିରଫ କରାଯାଇଛି । ସଂପୃକ୍ତ ଆମେରିକୀୟ ମହିଳା ଏକ ବର୍ଷିକିଆ ଭିସା ନେଇ ଭାରତରେ କାମ କରିବାକୁ ଆସିଛନ୍ତି ।

ସେ ଆଜି ନିଜର କାମ ପାଇଁ ସିକନ୍ଦର ବାଗ ଅଞ୍ଚଳରୁ ନ୍ୟୁ ହାଇଦ୍ରାବାଦ ଅଞ୍ଚଳକୁ ଏହି ବାଇକ ଟାକ୍ସି ମାଧ୍ୟମରେ ଯାଉଥିଲେ । ହଜରତଗଞ୍ଜ ଅଞ୍ଚଳରେ ସଂପୃକ୍ତ ଚାଳକ ତାଙ୍କୁ ଅସଦାଚରଣ କରିଥିଲେ । ଅଫିସରେ ପହଞ୍ଚି ସେ ନିଜର ସହକର୍ମୀମାନଙ୍କୁ ଏକଥା କହିବା ପରେ ପୁଲିସକୁ ସୂଚନା ଦିଆଯାଇଥିଲା । ଅଭିଯୋଗ ମିଳିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା ।

ସମ୍ବନ୍ଧିତ ଖବର