କାର୍ଯ୍ୟାନୁଷ୍ଠାନ ଭୟ, ପାକିସ୍ତାନ ଛାନିଆ

ଏଲ୍‌ଓସିରେ ଲଞ୍ଚ୍‌ ପ୍ୟାଡ୍‌ ଖାଲି କରାଉଛି

ଶ୍ରୀନଗର: ପୁଲୱାମା ଆକ୍ରମଣ ପରେ ଭାରତର ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖି ପାକିସ୍ତାନ ଏବେ ଛାନିଆରେ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଅଂଚଳରେ ଥିବା ଆତଙ୍କବାଦୀଙ୍କ ଲଞ୍ଚ୍‌ ପ୍ୟାଡ୍‌ ଖାଲି କରାଯାଉଛି। ପାକିସ୍ତାନ ସେନା ସହାୟତାରେ ଚାଲିଥିବା ୫୦ରୁ ଅଧିକ ଲଞ୍ଚ୍‌ ପ୍ୟାଡକୁ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଖାଲି କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଆତଙ୍କବାଦୀଙ୍କ ଏହି କ୍ୟାମ୍ପ୍‌ ହଟାଇ ତାହାକୁ ପାକିସ୍ତାନ ସେନା ଶିବିର ଥିବା ଅଂଚଳକୁ ନିଆଯାଉଛି। ଭାରତୀୟ ସେନାକୁ ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଥିବା ଘୋଷଣା ପରେ ଆତଙ୍କିତ ପାକିସ୍ତାନ ଏଭଳି ପଦକ୍ଷେପ ନେଇଛି। ପାକ୍‌ ସେନା ଆତଙ୍କବାଦୀଙ୍କୁ ତାଲିମ ଦେବାପରେ ପର୍ଯ୍ୟାୟକ୍ରମେ ଭାରତକୁ ଅନୁପ୍ରବେଶ କରାଇଥାଏ। ତେବେ ନିୟନ୍ତ୍ରଣ ରେଖାରେ ଏବେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଥିବାରୁ ପାକିସ୍ତାନ ଏଥିରୁ ବର୍ତ୍ତିବାକୁ ଆତଙ୍କବାଦୀଙ୍କୁ ସ୍ଥାନାନ୍ତର କରିବାରେ ଲାଗିଛି।

ସମ୍ବନ୍ଧିତ ଖବର