ପାରା ପାଇଁ ଆପଣ ବି ଗମ୍ଭୀର ଫୁସ୍ଫୁସ୍ ରୋଗରେ ଆକ୍ରାନ୍ତ ହୋଇପାରନ୍ତି! ସାବଧାନ ହୋଇ ଯାଆନ୍ତୁ…
ନୂଆଦିଲ୍ଲୀ: ଯଦି ଆପଣ ବି ପକ୍ଷୀ ପ୍ରେମୀ ତେବେ ଜରୁରୀ ସୂଚନା। ମୁମ୍ବାଇରେ ଦୁଇଜଣ ମହିଳା ପାରାଙ୍କ ପାଇଁ ଗୁରୁତର ଫୁସ୍ଫୁସ୍ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତେଣୁ ଆପଣଙ୍କ ଆଖପାଖରେ ବି ଯଦି ଏଭଳି କିଛି ପକ୍ଷୀମାନେ ଆଳିଆ ଆବର୍ଜନା କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ।
Sambad is now on WhatsApp
Join and get latest news updates delivered to you via WhatsApp
ହେମାଳି ଶାହା (୩୮) ଓ ନିତା ଚୌକସି (୬୮) ନାମକ ଦୁଇଜଣ ମହିଳା ପକ୍ଷୀମାନଙ୍କ ଦ୍ୱାରା ଏଣେତେଣେ ବ୍ୟାପୁଥିବା ଅଳିଆ ଆବର୍ଜନା ପାଇଁ ଫୁସ୍ଫୁସ୍ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ଅବସ୍ଥା ଏବେ ଏତେ ମାତ୍ରାରେ ଗୁରୁତର ଯେ ଏବେ ଦୁହିଁଙ୍କ ଫୁସ୍ଫୁସ୍ ପ୍ରତ୍ୟାରୋପଣ କଲା ଭଳି ପରିସ୍ଥିତି ଆସିଯାଇଛି।
ଜାଣିବାକୁ ମିଳିଛି, ହେମାଳି ଶାହା ଘର ବଦଳାଇବା ପରେ ତାଙ୍କର ଏଭଳି ଅସୁବିଧା ଆରମ୍ଭ ହୋଇ ଯାଇଥିଲା। କାରଣ ସେ ଯେଉଁ ନୂଆ ଘରେ ଯାଇ ରହିଲେ ସେଠାରେ ପାରା ସଂଖ୍ୟା ଅଧିକ ଥିଲା। ସେ ଦୁଇବର୍ଷ ହେବ ଫୁସ୍ଫୁସ୍ ଫାଇବ୍ରୋସିସ୍ରେ ପୀଡ଼ିତା ଅଛନ୍ତି। ହେମାଳିଙ୍କ ଘର ଆଖପାଖରେ ପାରାମାନଙ୍କ ଦ୍ୱାରା ଏଣେତେଣ ଅଳିଆ ଆବର୍ଜନା ବ୍ୟାପିଥାଏ। ଏହି କାରଣରୁ ତାଙ୍କୁ ଏହି ରୋଗ ହୋଇଛି। ସେ ନିଶ୍ୱାସ-ପ୍ରଶ୍ୱାସ ବି ଠିକ୍ ଭାବେ ନେଇ ପାରୁ ନାହାନ୍ତି। ଦୁଇପାଦ ଚାଲିବା ବି ତାଙ୍କ ପାଇଁ ବହୁତ କଷ୍ଟ ହୋଇପଡ଼ିଛି। ଏଥିପାଇଁ ହେମାଳିଙ୍କୁ ବାରମ୍ବାର ଅମ୍ଳଜାନ ନେବାକୁ ପଡ଼ିଥାଏ।
ଡାକ୍ତରଙ୍କ କହିବାନୁସାରେ, ଦେଶରେ ୪୭ ପ୍ରତିଶତ ଲୋକ ଫୁସ୍ଫୁସ୍ ଫାଇବ୍ରୋସିସ୍ରେ ପୀଡ଼ିତ ଅଛନ୍ତି। ଏମାନଙ୍କ ମଧ୍ୟରୁ ୧୩ ପ୍ରତିଶତ ଘଟଣା ପାରା ଦ୍ୱାରା ବ୍ୟାପୁଥିବା ଅଳିଆ ଆବର୍ଜନା କାରଣରୁ ହୋଇଥିବା ଜଣାପଡ଼ିଛି।