କରୁଣାନିଧିଙ୍କ ଅନ୍ତିମ ଦର୍ଶନ ନିମନ୍ତେ ରାଜାଜୀ ହଲ୍‌କୁ ଛୁଟିଛି ଲୋକଙ୍କ ସୁଅ: ଆଜି ଘରୋଇ ବସ୍‌ ଚଳାଚଳ ବନ୍ଦ

ଚେନ୍ନାଇ: ଦୀର୍ଘ ଦିନର ଅସୁସ୍ଥତା ପରେ ମଙ୍ଗଳବାର ଦିନ ପରଲୋକ ଗମନ କରିଥିବା ଡିଏମ୍‌କେ ଅଧ୍ୟକ୍ଷ ଏମ୍‌ କରୁଣାନିଧିଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ କରିବା ନିମନ୍ତେ ବୁଧବାର ପ୍ରତ୍ୟୁଷରୁ ରାଜାଜୀ ହଲ୍‌ରେ ଅସୁମାରି ଲୋକ ଧାଡ଼ିବାନ୍ଧି ଛିଡ଼ା ହୋଇଛନ୍ତି।

ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ ଏବଂ ଉପମୁଖ୍ୟମନ୍ତ୍ରୀ ଓ ପନ୍ନୀରସେଲ୍‌ବମ୍‌, ଲୋକସଭା ଉପବାଚସ୍ପତି ଏମ୍‌ ତମ୍ବିଦୁରାଇ, ବରିଷ୍ଠ ରାଷ୍ଟ୍ରମନ୍ତ୍ରୀମାନେ, ଏଏମ୍‌ଏମ୍‌କେ ନେତା ଏବଂ ଆର୍‌କେ ନଗର ବିଧାୟକ ଟିଟିଭି ଦିନକରଣ, ସୁପରଷ୍ଟାର୍‌ ରଜନୀକାନ୍ତ ଏବଂ ତାଙ୍କ ପରିବାର, ଓ ଅଭିନେତା ଶିବକାର୍ତ୍ତିକେୟନ୍‌ ମଧ୍ୟ କରୁଣାନିଧିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ନିମନ୍ତେ ଉପସ୍ଥିତ ହୋଇଥିଲେ।

ତାଙ୍କ ସିଆଇଟି ନଗର ବାସଭବନରୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ କରୁଣାନିଧିଙ୍କ ଶବକୁ ବିରାଟ ରାଜାଜୀ ହଲ୍‌କୁ ଅଣାଯାଇଥିଲା। ତାଙ୍କ ଶବକୁ ଜାତୀୟ ପତାକାରେ ଆବୃତ କରାଯାଇଛି। ସେଠାରେ ଷ୍ଟାଲିନ୍‌, ଏମ୍‌କେ ସେଲବମ୍‌ ଏବଂ କାନିମୋଝିଙ୍କ ସମେତ ତାଙ୍କର ସନ୍ତାନସନ୍ତତି ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଅଛନ୍ତି।

ସେଠାରେ ଷ୍ଟାଲିନ୍‌, ଏମ୍‌କେ ସେଲବମ୍‌ ଏବଂ କାନିମୋଝିଙ୍କ ସମେତ ତାଙ୍କର ସନ୍ତାନସନ୍ତତି ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଅଛନ୍ତି।
ପୁଅ ଷ୍ଟାଲିନ୍‌ ପିତାଙ୍କ ମୃତ୍ୟୁରେ ଏକ ମର୍ମସ୍ପର୍ଶୀ କବିତା ଲେଖିଛନ୍ତି। ସେ ଲେଖିଛନ୍ତି କି, ଶେଷ ଥର ପାଇଁ ମୁଁ ତୁମକୁ ବାପା ବୋଲି ଡାକି ପାରିବି କି?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟମାନେ ମଧ୍ୟ ସ୍ୱର୍ଗତ କରୁଣାନିଧିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ ଉପସ୍ଥିତ ହେବାର କାର୍ଯ୍ୟକ୍ରମ ରହିଛି।
କରୁଣାନିଧିଙ୍କ ସମ୍ମାନାର୍ଥେ ବୁଧବାର ଦିନ ଚେନ୍ନାଇ ଘରୋଇ ବସ୍‌ ଅପରେଟର୍‌ମାନେ ସକାଳୁ ସଞ୍ଜ ଯାଏଁ ବସ୍‌ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିବାରୁ ଯାତ୍ରୀମାନେ ସେମାନଙ୍କର ଟିକିଟ୍‌ କ୍ୟାନ୍‌ସଲ୍‌ କରିଛନ୍ତି। ଚେନ୍ନାଇ, ମଦୁରାଇ ଓ କୋଏମ୍ବାଟୁର୍‌ରେ ଦୈନିକ ହାରାହାରି ୧୦, ୦୦୦ ଯାତ୍ରୀ ଘରୋଇ ବସ୍‌ରେ ଯାତାୟାତ କରନ୍ତି।

ସିନେମା ହଲ୍‌ ସବୁ ସୋ’ କ୍ୟାନ୍‌ସଲ୍‌ କରିଥିବାରୁ ଦର୍ଶକମାନଙ୍କୁ ଟିକିଟ୍‌ର ମୂଲ୍ୟ ଫେରସ୍ତ ଦେବାକୁ ସ୍ଥିର କରିଛନ୍ତି।
ରାଜ୍ୟର ଅନେକ ସ୍ଥାନରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି।

ସମ୍ବନ୍ଧିତ ଖବର