ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କୁ ସୁପ୍ରିମକୋର୍ଟରୁ ଝଟକା, ଲଢ଼ିପାରିବେନି ନିର୍ବାଚନ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କୁ ସୁପ୍ରିମକୋର୍ଟ ଝଟକା ଦେଇଛନ୍ତି | ମଧୁ କୋଡା ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିପାରିବେ ନାହିଁ | କୋର୍ଟ କହିଛନ୍ତି ଯେ ଏବେ ଅଯୋଗ୍ୟତା ସମୟ ସୀମା ଆହୁରି ବର୍ଷେ ଯାଏଁ ବାକି ରହିଥିବାରୁ ନିର୍ବାଚନ ଲଢ଼ିପାରିବେ ନାହିଁ | ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ନୋଟିସ ଜାରି କରିବା ସହ କୋଡାଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଦେଇଛନ୍ତି |

image source– newsclick

ଏଠାରେ ସୂଚନା ଥାଉ କି ନିର୍ବାଚନ ଆୟୋଗଙ୍କ ଆଦେଶକୁ ଚାଲେଞ୍ଜ କରି ମଧୁ କୋଡା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ | କୋର୍ଟରେ ଏକ ଯାଚିକା ଦାୟର କରି ନିର୍ବାଚନ ଲଢ଼ିବାକୁ ଅନୁମତି ମାଗିଥିଲେ |

୨୦୧୭ ମସିହାରେ ନିର୍ବାଚନ ଆୟୋଗ ବିଧାନସଭା ନିର୍ବାଚନ ଅର୍ଥ ଲୁଚାଇବା ନେଇ କୋଡ଼ାଙ୍କୁ ନିର୍ବାଚନ ଲଢ଼ିବା ନେଇ ଅଯୋଗ୍ୟ ଘୋଷଣା କରିଦେଇଥିଲେ | ମଧୁ କୋଡା ନିଜ ପାରମ୍ପରିକ ଆସନ ଜଗନ୍ନାଥପୁରରୁ କଂଗ୍ରେସ ଟିକଟରେ ନିର୍ବାଚନ ଲଢ଼ିବାକୁ ଆଶାୟୀ ଥିଲେ | କୋଡା ୨୦୦୬ ମସିହାରୁ ୨୦୦୮ ମସିହା ଯାଏଁ ୨ ବର୍ଷ ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଥିଲେ |

ସମ୍ବନ୍ଧିତ ଖବର