ଗାଳି ଦେବାରୁ ସେନାବାହିନୀ ଯବାନଙ୍କୁ ଚଟକଣା ମାରିଲେ ମଧ୍ୟପ୍ରଦେଶର ଜଣେ ଜିଲ୍ଲାପାଳ

ଭୋପାଳ: ନିଜକୁ ସେନାବାହିନୀର ଯବାନ କହୁଥିବା ଜଣେ ଯୁବକଙ୍କୁ ଶନିବାର ଦିନ ସର୍ବ ସମ୍ମୁଖରେ ମଧ୍ୟପ୍ରଦେଶର ଜଣେ ଜିଲ୍ଲାପାଳ ଚଟକଣା ମାରି ଦେଖଣାହାରିଙ୍କୁ ଆଚମ୍ବିତ କରି ପକାଇଛନ୍ତି।

ଜିଲ୍ଲାପାଳ ଭାସ୍କର ଲକ୍‌ସ୍‌କର୍‌ଙ୍କ ଉପସ୍ଥିତିରେ ସ୍ଥାନୀୟ ପ୍ରଶାସନ ଜିଲ୍ଲା ମୁଖ୍ୟାଳୟ ସହର ମୋରେନାରେ ଜବରଦଖଲ ହଟାଉଥିବାବେଳେ ଏ ଭଳି ଅପ୍ରିତିକର ଘଟଣା ଘଟିଛି।

ରାଗରେ ବିବ୍ରତ ହୋଇ ପଡ଼ିଥିବା ଯୁବକଜଣକ ଜିଲ୍ଲାପାଳନଙ୍କୁ ଏହାର କାରଣ ପଚାରୁ ଥିବା ଏକ ଭିଡିଓ ଏ ଘଟନା ପରେ ପରେ ତୁରନ୍ତ ଭାଇରାଲ୍‌ ହୋଇଥିଲା।

ପ୍ରଥମେ ଜିଲ୍ଲାପାଳ ଯୁବକଜଣକ ହାତ ଧରି ଗୋଟିଏ ପଟକୁ ପେଲି ନେଇ ଯାଇ ତାଙ୍କୁ ଚଟକଣା ମାରିଥିବା କୁହାଯାଉଛି।

ଭିଡିଓ କ୍ଲିପ୍‌ରେ ଯୁବକଜଣକ ନିଜକୁ ସେନାବହିନୀର ଜଣେ ଯବାନ ବୋଲି କହୁଛନ୍ତି। ତାଙ୍କୁ ନିରାପତ୍ତା ରକ୍ଷୀମାନେ ଠେଲି ନେଇ ଯାଉଥିବା ଦୃଶ୍ୟ ମଧ୍ୟ ସେ ଭିଡିଓରେ ରହିଛି।

କିନ୍ତୁ, ଏ ଘଟଣା ବିଷୟରେ ଯୁବକଜଣକ ଥାନାରେ କୌଣସି ଏତଲା ଦେଇ ନାହାନ୍ତି।

ଘଟନା ଘଟିବା ପୂର୍ବରୁ ସେ ନିଜ ମୋଟର ସାଇକେଲକୁ ଏକ ରାସ୍ତାକଡ଼ ଦୋକାନ ଆଗରେ ଥୋଇ ସେଠାରୁ ଜଳଖିଆ ଖାଉଥିଲେ।
ଜିଲ୍ଲାପାଳ ଗଣମାଧ୍ୟମ ଆଗରେ କହିଛନ୍ତି ଯେ ସେ ଯୁବକ ପ୍ରଥମେ ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କଲେ। ପରେ ତାଙ୍କୁ ଗାଳିଫଜିତ୍‌ କଲେ।

ସମ୍ବନ୍ଧିତ ଖବର