ମୃତ୍ୟୁ ପରେ ୩ଜଣଙ୍କ ଜୀବନ ବଞ୍ଚାଇଲେ ଏହି ୧୪ବର୍ଷିୟ ନାବାଳିକା

ଇନ୍ଦୋର: ଇନ୍ଦୋରରେ ଜଣେ ୧୪ବର୍ଷିୟ ନାବାଳିକା ନିଜର ମୃତ୍ୟୁ ପୂର୍ବରୁ ୩ଜଣଙ୍କ ଜୀବନ ବଞ୍ଚାଇଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅଞ୍ଜଳି ନାମକ ୧୪ବର୍ଷିୟ ଏହି ନାବାଳିକା ଏକ ସଡ଼କ ଦୃଘଟଣାର ଶିକାର ହେବା ପରେ ତାଙ୍କୁ ଡ଼ାକ୍ତରଖାନା ନିଆ ଯାଇଥିଲା । କିନ୍ତୁ ଚିକିତ୍ସା ପରେ ତାଙ୍କର ବ୍ରେନ୍‌ ଡ଼େଡ଼୍‍ ହୋଇଯିବାରୁ ପରିବାର ଲୋକେ ଅଞ୍ଜଳିଙ୍କ ଅଙ୍ଗଦାନ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ପରେ ସ୍ଥାନୀୟ ଡ଼ାକ୍ତରଖାନା ସହ ଯୋଗାଯୋଗ କରାଯାଇ ତାଙ୍କ ଅଙ୍ଗଦାନ କରାଯାଇଥିବା ଜଣା ପଡ଼ିଛି ।

The Better India

ସୂଚନା ମୁତାବକ, ଅଞ୍ଜଳି ସଡ଼କ ଦୃଘଟଣାର ଶିକାର ହୋଇ ବ୍ରେନ୍‌ ଡ଼େଡ଼୍‍ ହେବା ପରେ ତାଙ୍କ ଅଙ୍ଗଦାନ କରିବା ପାଇଁ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ । ଏହା ପରେ ଚୈଥେରାମ୍‌ ଏବଂ ସିଏଚ୍‌ଏଲ୍‌ ଡ଼ାକ୍ତରଖାନାକୁ ଯୋଗାଯୋଗ କରାଯାଇଥିଲା । ଯୋଗାଯୋଗ ପରେ ଅଞ୍ଜଳିଙ୍କ ଲିଭର ସିଏଚ୍‌ଏଏ୍‌ ଡ଼ାକ୍ତରଖାନାରେ ଜଣେ ରୋଗୀଙ୍କଠାରେ ପ୍ରତ୍ୟାରୋପଣ କରାଯିବା ପରେ ଗୋଟେ କିଡ଼୍‍ନି ଚୈଥେରାମ୍‌ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଦିଆ ଯାଇଥିବା ବେଳେ ଆଉ ଏକ କିଡ଼୍‍ନି ଶେଲ୍‌ବୀ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅନ୍ୟ ଜଣେ ରୋଗୀଙ୍କୁ ଦାନ କରାଯାଇଥିଲା । ହୃତ୍‌ପିଣ୍ଡ ଦେବା ପାଇଁ ପରିବାର ଲୋକେ ରାଜି ହୋଇଥିବା ବେଳେ ଅଞ୍ଜଳିଙ୍କ ହୃତ୍‌ପିଣ୍ଡ ଠିକ୍‌ ଭାବରେ କାମ କରୁ ନଥିବାରୁ ତାହାକୁ ଦାନ କରାଯାଇ ପାରି ନଥିଲା ।

ସମ୍ବନ୍ଧିତ ଖବର