ମଧ୍ୟପ୍ରଦେଶ: ପିକ୍‌ନିକ୍‌ କରିବାକୁ ଯାଇଥିଲେ, ଅଚାନକ ବନ୍ୟା ଆସିବାରୁ ଭାସିଗଲେ ୧୨ ଜଣ

ଭୋପାଳ: ସ୍ୱାଧୀନତା ଦିବସ ଅବସରରେ ଖୁସି ମନାଇବା ପାଇଁ ପିକ୍‌ନିକ୍‌ କରୁଥିବା ବେଳେ ଝରଣାରୁ ଅଚାନକ ପାଣିର ସ୍ରୋତରେ ୧୨ ଜଣ ଲୋକ ଭାସି ଯାଇଛନ୍ତି। ମଧ୍ୟପ୍ରଦେଶର ଗ୍ଵାଲିୟର ନିକଟରେ ଶିବପୁରୀ ଅନ୍ତର୍ଗତ ସୁଲତାନଗଡ଼ରେ ବୁଧବାର ଏହି ଅଭାବନୀୟ ଘଟଣା ଘଟିଛି। ପିକ୍‌ନିକ୍‌ ପାଇଁ ଉତ୍ସାହିତ ଥିବା ୩୦ ଜଣ ଲୋକ ପାଣି ଘେରରେ ଫସି ଯାଇଛନ୍ତି।

ଗ୍ଵାଲିୟର-ଶିବପୁରୀ ସୀମା ନିକଟରେ ସୁଲତାନଗଡ଼ରେ ବଡ଼ ସଂଖ୍ୟାରେ ଲୋକମାନେ ଝରଣାକୁ ପିକ୍‌ନିକ୍‌ ପାଇଁ ଯାଇଥିଲେ। ସୁଲତାନଗଡ଼ର ପିକ୍‌ନିକ୍‌ ସ୍ଥଳ ଚାରିଆଡେ ପାହାଡ ପୂର୍ଣ୍ଣ। ଏଠାକୁ ବହୁ ସଂଖ୍ୟାରେ ଆଜି ଲୋକମାନେ ପିକ୍‌ନିକ୍‌ କରିବାକୁ ଯାଇଥିଲେ। ଝରଣା ନିକଟରେ ପାର୍ବତୀ ନଦୀ ପ୍ରବାହିତ ହେଉଛି। ଝରଣାରେ ଅଚାନକ ଜଳସ୍ରୋତ ବଢ଼ି ଯାଇଥିଲା।

ଲୋକମାନେ ଝରଣାରେ ଫସିବା ଖବର ମିଳିବା ପରେ ସ୍ଥାନୀୟ ପ୍ରଶାସନ ବ୍ୟସ୍ତ ହୋଇ ପଡ଼ିଥିଲା। ଶିବପୁରୀ ଜିଲ୍ଲାପାଳ ଶିଳ୍ପା ଗୁପ୍ତା ଫୋନ୍‌ରେ ଘଟଣା ସଂପର୍କରେ ଅବଗତ ହୋଇଛନ୍ତି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ହେଲିକପ୍ଟର ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଟୁଇଟ କରିଛନ୍ତି।

ସମ୍ବନ୍ଧିତ ଖବର