ସ୍ୱାମୀ ଖିଅର ନହେଉ ଥିବାରୁ ଓ ୭-୮ ଦିନ ଅଗାଧୁଆ ରହୁଥିବା ହେତୁ ଛାଡ଼ପତ୍ର ଆବେଦନ କଲେ ପତ୍ନୀ

ଭୋପାଳ: ଭୋପାଳରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସ୍ୱାମୀ ଖିଅର ହେଉନଥିବାରୁ ଓ ୭-୮ ଦିନ ପର୍ଯ୍ୟନ୍ତ ନ ଗାଧୋଉଥିବାରୁ ଛାଡ଼ପତ୍ର ଆବେଦନ କରିଛନ୍ତି ପତ୍ନୀ। ଏହି ଦମ୍ପତି ଗତବର୍ଷ ବବାହ ବନ୍ଧନରେ ବାନ୍ଧି ହୋଇଥିଲେ। ପତ୍ନୀ ଜଣଙ୍କ ତାଙ୍କ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ଚାହାଁନ୍ତି ବୋଲି କହିବା ପରେ ପାରିବାରିକ ଅଦାଲତ ସେ ଦୁହଁଙ୍କୁ ୬ ମାସ ପୃଥକ ରହିବାକୁ ପରାମର୍ଶ ଦେଇଛନ୍ତି। ସେ ଦୁହେଁ ୬ ମାସ ଅଲଗା ରହି ସାରିବା ପରେ ଯାଇ ସେମାନଙ୍କର ଛାଡ଼ପତ୍ର ମଞ୍ଜୁରୀ ହେବ ବୋଲି ଅଦାଲତ କହିଛନ୍ତି।

ଭୋପାଳର ପାରିବାରିକ ଅଦାଲତର ବିଚାରପତି ଆର୍‌ଏନ୍‌ ଚାନ୍ଦ୍‌ ଦମ୍ପତିଙ୍କୁ ୬ ମାସ ପରସ୍ପରଠୁ ଅଲଗା ହୋଇ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

୨୫ ବର୍ଷୀୟା ମହିଳା ଓ ତାଙ୍କ ସ୍ୱାମୀ ଅପୋସ ବୁଝାମଣାରେ ଛାଡ଼ପତ୍ର ଆବେଦନ କରିଛନ୍ତି। ମହିଳାଙ୍କ ସ୍ୱାମୀ ଲଗାତର ୭-୮ ଦିନ ଅଗାଧୁଆ ରହୁଥିବା ହେତୁ ମହିଳା ଜଣକ ତାଙ୍କ ସହ ଚଳିପାରୁନାହାନ୍ତି। ଏହି କାରଣରୁ ସେ ଛାଡ଼ପତ୍ର ଆବେଦନ କରିଛନ୍ତି।

ମହିଳାଙ୍କ ଘର ଭୋପାଳର ବାରିଗଡ଼ଠାରେ। ସେ କହିଛନ୍ତି କି ତାଙ୍କ ସ୍ୱାମୀଙ୍କ ଦେହରୁ ଦୁର୍ଗନ୍ଧ ବାହାରେ। ମହିଳା ତାଙ୍କୁ ଗାଧେଇବାକୁ କହିଲେ ବ୍ୟକ୍ତି ଜଣକ ନିଜ ଦେହରେ ଅତର ଢାଳି ଦଉଥିଲେ ବୋଲି ମହିଳା ଅଭିଯୋଗ କରି କହିଛନ୍ତି।

ପୁରୁଷ ଜଣକ ସିନ୍ଧ୍‌ ସଂପ୍ରଦାୟର, ଯିଏକି ଏକ ଦୋକନ ଚଳାନ୍ତି। ତାଙ୍କ ପତ୍ନୀ ଏକ ବ୍ରାହ୍ମଣ ଘରର ଝିଅ। ସେମାନଙ୍କର କୌଣସି ପିଲାପିଲି ନାହାନ୍ତି। ସେମାନଙ୍କର ବ୍ୟବସ୍ଥାପିିତ ବିବାହ ହୋଇଥିଲା।

ସମ୍ବନ୍ଧିତ ଖବର