ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ବିରୋଧୀ ପ୍ରୟୋଗ କରିବେ ୟୁପି ଫର୍ମୁଲା

ନୂଆଦିଲ୍ଲୀ: ୟୁପିର କୈରାନାରେ ବିରୋଧୀ ମେଣ୍ଟ ସଫଳ ହେବା ପରେ ଏହି ଫର୍ମୁଲାକୁ ସେମାନେ ଚଳିତବର୍ଷ ଶେଷଆଡ଼କୁ ହେବାକୁ ଥିବା ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ନିର୍ବାଚନରେ ମଧ୍ୟ ପ୍ରୟୋଗ କରିବେ ବୋଲି ଜଣାପଡ଼ିଛି। ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ କହିଛନ୍ତି ଯେ, ବିରୋଧୀଙ୍କ ମହାମେଣ୍ଟ ହିଁ କେବଳ ବିଜେପିକୁ କ୍ଷମତା ଦଖଲରୁ ରୋକି ପାରିବ। ମଧ୍ୟପ୍ରଦେଶରେ କଂଗ୍ରେସ ଓ ବିଏସ୍‌ପି ମେଣ୍ଟ ନେଇ ମଧ୍ୟ କଂଗ୍ରେସ ନେତା କମଲ ନାଥ ଓ ବିଏସ୍‌ପି ମୁଖ୍ୟ ମାୟାବତୀଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ଉଭୟ ଦଳଙ୍କ ମଧ୍ୟରେ ଆସନ ଭାଗବଣ୍ଟା ମଧ୍ୟ ଚୂଡ଼ାନ୍ତ ହୋଇଥିବା ଚର୍ଚ୍ଚା ହେଉଛି। ୨୦୧୯ ନିର୍ବାଚନର ଅଳ୍ପ ସମୟ ପୂର୍ବରୁ ଏହି ୩ ରାଜ୍ୟର ବିଧାନସଭା ନିର୍ବାଚନ ଥିବାରୁ ଏହାକୁ ରାଜନୈତିକ ଦଳଗୁଡ଼ିକ ଅତି ଗୁରୁତର ସହ ନେଇଛନ୍ତି।

ସମ୍ବନ୍ଧିତ ଖବର