ୟୁପି ମଦ୍ରାସାରୁ ୫୧ ବନ୍ଦୀ ଛାତ୍ରୀ ଉଦ୍ଧାର

ଲକ୍ଷ୍ନୌ: ଲକ୍ଷ୍ନୌର ଶାହଦତଗଞ୍ଜ ଅଞ୍ଚଳର ଏକ ମଦ୍ରାସାରେ ଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ ଆଳରେ ବନ୍ଦୀ କରି ରଖିବା ଏବଂ ଯୌନ ନିର୍ଯାତନା ଦେବା ଘଟଣା ଆଜି ଲୋକଲୋଚନକୁ ଆସିଛି। ଉକ୍ତ ମଦ୍ରାସାରେ ବନ୍ଦୀ କରି ରଖାଯାଇଥିବା ୫୧ ଜଣ ଛାତ୍ରୀଙ୍କୁ ପୁଲିସ ଉଦ୍ଧାର କରିଛି ଏବଂ ଅଭିଯୁକ୍ତ ମଦ୍ରାସା ମ୍ୟାନେଜରଙ୍କୁ ଗିରଫ କରାଯାଇଛି। ରିପୋର୍ଟ ଅନୁଯାୟୀ ଉକ୍ତ ମଦ୍ରାସାରେ ବନ୍ଦୀ ଥିବା ପୀଡ଼ିତାମାନେ ସେମାନଙ୍କ ଦୁଃଖ ସମ୍ପର୍କରେ ଏକ କାଗଜରେ ଲେଖି ମଦ୍ରାସା କାନ୍ଥ ବାହାରକୁ ପକାଇଥିଲେ। ପଡୋଶୀମାନେ ଉକ୍ତ କାଗଜରେ ଥିବା ଲେଖା ଦେଖିବାପରେ ଘଟଣା ସମ୍ପର୍କରେ ପୁଲିସକୁ ଜଣାଇଥିଲେ। ଏହାପରେ ଲକ୍ଷ୍ନୌ ପୁଲିସ ଉକ୍ତ ମଦ୍ରାସାରେ ଚଢ଼ାଉ କରି ଏଠାରେ ବନ୍ଦୀ ଥିବା ୫୧ ଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଉକ୍ତ ମଦ୍ରାସାରେ ୧୨୫ରୁ ଅଧିକ ଛାତ୍ରୀ ଅଧ୍ୟୟନ କରୁଥିଲେ। କିଛି ଛାତ୍ରୀ ମଧ୍ୟ ମଦ୍ରାସା ମ୍ୟାନେଜରଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲାରେ ଅଭିଯୋଗ ଦାଏର କରିଛନ୍ତି।

ସମ୍ବନ୍ଧିତ ଖବର