ପାପୁଆ ନିୟୁ ଗିନି ଦ୍ୱୀପର ପୂର୍ବପଟରେ ପ୍ରଚଣ୍ଡ ଭୂମିକମ୍ପ: ରିକ୍ଟର୍ ସ୍କେଲ୍ରେ ତୀବ୍ରତା ୭. ୧
ନୂଆଦିଲ୍ଲୀ: ଶୁକ୍ରବାର ରାତି ୩. ୩୯ ମିନିଟ୍ ସମୟରେ ରାବାଉଲ୍ ସହରର ପୂର୍ବ ଆଡ଼କୁ ୧୩୫ କିଲୋମିଟର୍ ଦୂରସ୍ଥ ପାପୁଆ ନିୟୁ ଗିନି ପୂର୍ବ ମୁଣ୍ଡରେ ଥିବା ନିୟୁ ବ୍ରିଟେନ୍ ଦ୍ୱୀପରେ ୭. ୧ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ଆମେରିକୀୟ ଜିଓଲୋଜିକାଲ୍ ସର୍ଭେ କହିଛି।
ଯଦିବା ଭୂକମ୍ପନ ସମୁଦ୍ର ଶଯ୍ୟାର ୧୦ କି. ମି. ଭଳି ଅଗଭିର ଅଭ୍ୟନ୍ତରରେ ସଂଘଠିତ ହୋଇଛି, ତଥାପି ସୁନାମିର ଭୟ ନାହିଁ ବୋଲି ପ୍ରଶାନ୍ତମହାସାଗରୀୟ ସୁନାମି ସତର୍କତା କେନ୍ଦ୍ର କହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭୂକମ୍ପ ଜନିତ କ୍ଷୟକ୍ଷତିର ହଠାତ୍ କୌଣସି ସୂଚନା ମିଳିପାରି ନାହିଁ।