ନିରବିଗଲେ ମହମ୍ମଦ ଅଜିଜ୍‌

ମୁମ୍ବାଇ,: ବିଶିଷ୍ଟ ଗାୟକ ମହମ୍ମଦ ଅଜିଜଙ୍କର ଆଜି ପ‌ର‌ଲୋକ ହୋଇଯାଇଛି। ତାଙ୍କୁ ୬୪ ବର୍ଷ ହୋଇଥିଲା। କୋଲକାତାରେ ଏକ କାର୍ଯ୍ୟକ୍ରମରେ ‌େଯାଗ ଦେଇ ମୁମ୍ବାଇ ଫେରୁଥିବା ବେଳେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ। ତାଙ୍କ ବିୟୋଗରେ ଫିଲ୍ମ ଦୁନିଆରେ ଶୋକର ଛାୟା ଖେଳିଯାଇଛି। ୧୯୮୦ ଏବଂ ୯୦ ଦଶକରେ ସେ ହିନ୍ଦୀ ସମେତ ଓଡ଼ିଆ ଏବଂ ବଙ୍ଗାଳୀ ଭାଷାରେ ଅନେକ ଗୀତ ଗାଇ ଲୋକପ୍ରିୟତା ହାସଲ କରିଥିଲେ। ଅଜିଜଙ୍କ ପରିବାର ସୂ୍ତ୍ରରୁ ପ୍ରକାଶ ‌େଯ ଗତକାଲି କୋଲକାତାରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ‌େର ସେ ଯୋଗ ଦେଇଥିଲେ। ଆଜି ଅପରାହ୍ନରେ ସେ ବିମାନରେ ମୁମ୍ବ‌ାଇ ଫେରିଥିଲେ। ମୁମ୍ବାଇ ବିମାନଘାଟୀରେ ପହଂଚିବା ବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ। ସେ ପଡ଼ିଯିବାରୁ ତାଙ୍କୁ ତତକ୍ଷଣାତ୍ ନାନାବତୀ ହସପିଟାଲ ନିଆଯାଇଥିଲା। ‌େତବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତ ଯୋଗୁଁ ତାଙ୍କର ମୃ୍ତ୍ୟୁ ଘଟିଥିବା କୁହାଯାଉଛି। ଦୀର୍ଘ ଦୁଇ ଦଶନ୍ଧି ଧରି ସଙ୍ଗୀତ ଦୁନିଆରେ ଛାଇ ରହିଥିବା ଅଜିଜ ତାଙ୍କର ସଙ୍ଗୀତ ଜୀବନ ବଙ୍ଗଳା ସିନେମା ‘ଜ୍ୟୋତି’ରୁ ଆରମ୍ଭ କରିଥିଲେ। ତେବେ ୧୯୮୪ରେ ନିର୍ମିତ ‘ଅମ୍ବର’ ଥିଲା ତାଙ୍କର ପ୍ରଥମ ହିନ୍ଦୀ ସିନେମା। ଅମିତାଭ ବଚ୍ଚନଙ୍କ ଦ୍ବାରା ଅଭିନିତ ସିନେମା ‘ମର୍ଦ’ରେ ଗୀତ ଗାଇବା ଲାଗି ତାଙ୍କୁ ସୁଯୋଗ ଦେଇଥିଲେ ସଙ୍ଗୀତ ନିର୍ଦେଶକ ଅନୁ ମଲିକ। ଏହି ସିନେମାର ଅଜିଜ ଗାଇଥିବା ଗୀତଗୁଡ଼ିକ ହିଟ୍ ହୋଇଥିଲା। ଲକ୍ଷ୍ମୀକାନ୍ତ-ପ୍ୟାରେଲାଲ, ଆନନ୍ଦଜୀ-କଲ୍ୟାଣଜୀ, ଆର୍‌ଡି ବର୍ମନ, ନୌସାଦ, ଓପି ନୟାର ଏବଂ ବପ୍ପି ଲହରୀଙ୍କ ଭଳି ବିଶିଷ୍ଟ ସଙ୍ଗୀତ ନିର୍ଦେଶକଙ୍କ ନିର୍ଦେଶନାରେ ଅଜିଜ ସଙ୍ଗୀତ ଜଗତକୁ ଅନେକ ହିଟ୍ ଗୀତ ଦେଇଯାଇଛନ୍ତି। ଯାହା ଏବେ ବି ଅବିସ୍ମରଣୀୟ ହୋଇରହିଛି। ଆଶା ଭୋସଲେ, ଅନୁରାଧା ‌େପ‌ାଡ଼ୱାଲ ଏବଂ କବିତା କ୍ରିଷ୍ଣାମୂର୍ତିଙ୍କ ସହିତ ତାଙ୍କର ଡୁଏଟ ଗୀତ ସେତେବେଳେ ଲୋକପ୍ରିୟତାର ଶୀର୍ଷ ଛୁଇଁଥିଲା। ତାଙ୍କର ଲୋକପ୍ରିୟ ଗୀତମାନଙ୍କ ମଧ୍ୟରେ ରହିଛି ‘ମାଇ ନେମ୍ ଇଜ୍ ଲକ୍ଷନ୍’, ‘ଲାଲ ଦୁପଟ୍ଟା ମଲମଲକା’, ‘ଆପ୍‌କେ ଆଜା ନେ ସେ’, ‘ମେଁ ତେରି ମହବତ୍‌ ମେଁ’ ଏବଂ ‘ଦିଲ ଲେଗଇ ତେରି ବିନ୍ଦିଆ’।

ସମ୍ବନ୍ଧିତ ଖବର