ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ : ରାଜ୍ୟ ସରକାରଙ୍କ ଅନ୍ତରୀଣ ଆବେଦନ ଦାଖଲ ଆଜି

ନୂଆଦିଲ୍ଲୀ : ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ଆସନ୍ତାକାଲି ରାଜ୍ୟ ସରକାର ଅନ୍ତରୀଣ ଆବେଦନ ଦାଖଲ କରିବେ ବୋଲି ଜଣାପଡ଼ିଛି। ଚଳିତ ମାସ ୧୩ ତାରିଖରେ ଟ୍ରିବ୍ୟୁନାଲରେ ହେବାକୁ ଥିବା ପ୍ରଥମ ଶୁଣାଣି ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଜର ପକ୍ଷକୁ ଦୃଢ଼ଭାବେ ଉପସ୍ଥାପନ କରିବା ପାଇଁ ଏଭଳି ଆବେଦନ ଦାଖଲ କରାଯିବ ବୋଲି ଜଣାପଡ଼ିଛି। ନିକଟରେ ଛତିଶଗଡ଼ ଦ୍ବାରା ମହାନଦୀର ପାଣିକୁ ଯେଭଳି ଭାବେ ନିୟନ୍ତ୍ରଣ କରାଯାଇଛି ସେ ସଂପର୍କରେ ଆବେଦନରେ ଟ୍ରିବ୍ୟୁନାଲରେ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଜଣେ ବରିଷ୍ଠ ଆଇନଜୀବୀ କହିଛନ୍ତି। ଓଡ଼ିଶାର ଦାବି ଆଧାରରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ଗଠନ କରାଯାଇଥିବା ବେଳେ ଓଡ଼ିଶାର ଅନ୍ତରୀଣ ଆବେଦନର ଜବାବରେ ଛତିଶଗଡ଼ ମଧ୍ୟ ତା’ର ପକ୍ଷ ଟ୍ରିବ୍ୟୁନାଲରେ ରଖିବ।

ସମ୍ବନ୍ଧିତ ଖବର