ମହାନଦୀ ଜଳବିବାଦ : ଓଡ଼ିଶାର ଆବେଦନ ଉପରେ ଟ୍ରିବ୍ୟୁନାଲ ରାୟ ଆଜି

0

ନୂଆଦିଲ୍ଲୀ : ଓଡିଶା-ଛତିଶଗଡ଼ ମଧ୍ୟରେ ଲାଗିରହିଥିବା ମହାନଦୀ ଜଳବିବାଦକୁ ନେଇ ଓଡ଼ିଶାର ଅନ୍ତରୀଣ ଆବେଦନ ଉପରେ ଜଷ୍ଟିସ୍‌ ଏଏମ୍‌ ଖାନ୍‌ୱିଲକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତାକାଲି ଶୁଣାଣି କରିବେ। ମଧ୍ୟବର୍ତ୍ତୀକାଳୀନ ଶୁଣାଣି ଫେବ୍ରୁଆରି ୯ରେ ଶେଷ ହୋଇଥଲା ।

ଟ୍ରିବୁନାଲ ରାୟ ପ୍ରକାଶ କରିବା ପୂର୍ବରୁ ଦୁଇ ରାଜ୍ୟକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାର କରିବାକୁ ପରାମର୍ଶ ଦେଇଥିଲେ I ତଦନୁସାରେ ଓଡିଶା ଓ ଛତିଶଗଡ଼ ଅଧିକାରୀଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ଫେବୃଆରୀ ୨୫ ଓ ମାର୍ଚ୍ଚ ୫ରେ ଅନୁଷ୍ଠିତ ହୋଇଥିଲା I ହେଲେ ଆଲୋଚନା ବିଫଳ ହେବ ପରେ ଟ୍ରିବୁନାଲ ଦୁଇ ରାଜ୍ୟର ଆଡଭୋକେଟ ଜେନେରାଲ ସ୍ତରରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ I ଚଳିତ ମାସ ୧୬ରେ ଏଜି ସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ ବିବାଦର କୌଣସି ସମାଧାନ ହୋଇପାରିନଥିଲା I

ସୂତ୍ର ଅନୁସାରେ ଆଲୋଚନ ବେଳେ ଅଣମୌସୁମୀ ଋତୁରେ ୧.୭୨ଏକର ନିୟୁତ ଫୁଟ ଜଳ ପ୍ରଦାନ କରିବା ପାଇଁ ଓଡିଶାର ଦାବିକୁ ଛତିଶଗଡ଼ ଗ୍ରହଣ କରିନଥିଲା I ଓଡିଶାର ବଳିଷ୍ଠ ଯୁକ୍ତିକୁ ଛତିଶଗଡ଼ ଅଗ୍ରାହ୍ୟ କରିଦେଇଥିବା ବିଷୟ ଟ୍ରିବୁନାଲକୁ ଅବଗତ କରାଯିବ ବୋଲି ଜଣାପଡ଼ିଛି I ଅଣମୌସୁମୀ ଋତୁରେ ଓଡିଶାକୁ ପ୍ରବାହିତ ହେଉଥିବା ଜଳ ଉଦ୍‌ବେଗଜନକ ଭାବେ ହ୍ରାସ ପାଉଥିବା ବିଷୟ ମଧ୍ୟ ଅବଗତ କରାଯିବ I ମହାନଦୀର ଉପର ମୁଣ୍ଡ ଏବଂ ଛତିଶଗଡର ବିଭିନ୍ନ ବନ୍ଧ ଓ ବ୍ୟାରେଜରୁ ତଥ୍ୟ ସଂଗ୍ରହ କରାଯାଇଛି ଯାହା ଓଡ଼ିଶା ସପକ୍ଷରେ ନିର୍ଣ୍ଣାୟକ ହେବ ବୋଲି ଅନୁମାନ କରାଯାଉଛି I

ସମ୍ବନ୍ଧିତ ଖବର

Leave A Reply

Your email address will not be published.