ମହାନଦୀ ମାମଲା: କଲିକତା ଏନ୍‌ଜିଟି ବେଞ୍ଚ୍‌ରୁ ଦିଲ୍ଲୀ ଗଲା

ନୂଆଦିଲ୍ଲୀ: ମହାନଦୀ ଜଳବିବାଦ ମାମଲାକୁ କଲିକତାର ଜାତୀୟ ସବୁଜ ଟ୍ରିବ୍ୟୁନାଲ(ଏନ୍‌ଜିଟି) ବେଞ୍ଚ୍‌ରୁ ନୂଆଦିଲ୍ଲୀସ୍ଥିତ ଏନ୍‌ଜିଟିର ପ୍ରିନ୍ସିପାଲ ବେଞ୍ଚକୁ ସ୍ଥାନାନ୍ତରିତ କରାଯାଇଛି। ସମାଜସେବୀ ତଥା ପରିବେଶବିତ୍‌ ସୁଦର୍ଶନ ଦାସଙ୍କ ଦ୍ୱାରା ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ଦ୍ୱାରା ନିର୍ମାଣ କରାଯାଉଥିବା ବ୍ୟାରେଜ୍‌ଗୁଡ଼ିକର କାର୍ଯ୍ୟ ବନ୍ଦ କରିବା ପାଇଁ କଲିକତା ଏନ୍‌ଜିଟି ବେଞ୍ଚରେ ପିଟିସନ ଦାଖଲ କରିଥିଲେ। କଲିକତା ଏନ୍‌ଜିଟି ବେଞ୍ଚ ଦ୍ୱାରା ମାମଲାର ଶୁଣାଣି କରାଯାଇ ଅନେକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଜାରି କରାଯାଇଥିଲା। ହେଲେ ଏନ୍‌ଜିଟି ଆଞ୍ଚଳିକ ବେଞ୍ଚ୍‌ (ଜଣିକିଆ ଖଣ୍ଡପୀଠ) ଅଣ କାର୍ଯ୍ୟକ୍ଷମ ହେବାକୁ ଥିବାରୁ ମାମଲାକୁ ନୂଆଦିଲ୍ଲୀସ୍ଥିତ ମୁଖ୍ୟ ବେଞ୍ଚକୁ ସ୍ଥାନାନ୍ତର କରିବା ପାଇଁ ଶ୍ରୀ ଦାସ ଆବେଦନ କରିଥିଲେ। ଏନ୍‌ଜିଟିର ମୁଖ୍ୟ ବେଞ୍ଚରେ ମାମଲାର ଶୁଣାଣି ଆବେଦନକୁ ଗ୍ରହଣ କରାଯିବା ସହିତ ମେ ୭ରେ ପରବର୍ତୀ ଶୁଣାଣି ହେବ ବୋଲି ବିଚାରପତି ରଘୁବେନ୍ଦ୍ର ଏସ ରାଠୋରଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ତାରିଖ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର