ଅଡ଼ୁଆରେ ଦାତି ମହାରାଜ

ପାଲି ଆଶ୍ରମରୁ ଶତାଧିକ ଯୁବତୀ ଉଦ୍ଧାର

ଜୟପୁର: ଦୁଷ୍କର୍ମ ଅଭିଯୁକ୍ତ ଦିଲ୍ଲୀର ଆତ୍ମଘୋଷିତ ଧର୍ମଗୁରୁ ଦାତି ମହାରାଜଙ୍କ କଳା କାରନାମାର ଗୁମର ଫିଟିବାରେ ଲାଗିଛି। ଜଣେ ୨୫ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଦାତିଙ୍କ ବିରୋଧରେ ମାମଲା ରୁଜୁ ହେବା ପେରେ ପୁଲିସ ଓ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରୁଛନ୍ତି। ଏହି ମାମଲା ରୁଜୁ ହେବାକୁ ୭ ଦିନ ବିତି ଯାଇଥିଲେ ହେଁ, ଦାତି ମହାରାଜ ଫେରାର ଥିବା ଜଣାପଡ଼ିଛି। ତେବେ ଆଜି କ୍ରାଇମବ୍ରାଞ୍ଚ ପୀଡ଼ିତାଙ୍କୁ ନେଇ ଦାତିଙ୍କ ରାଜସ୍ଥାନସ୍ଥିତ ପାଲି ଆଶ୍ରମରେ ଚଢଉ କରିଥିଲା। ଆଶ୍ରମ ପରିସରରୁ ଶତାଧିକ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଆଶ୍ରମରୁ ଅନେକ ମହିଳା ନିଖୋଜ ଥିବା ମଧ୍ୟ ଅଭିଯୋଗ ହୋଇଥିବାରୁ ପୁଲିସର ସ୍ୱତନ୍ତ୍ର ଟିମ୍‌ ଏ ବାବଦରେ ତଦନ୍ତ ଆରମ୍ଭ କରିଛନ୍ତି।

ପୁଲିସ ଦାତିଙ୍କ ବିଭିନ୍ନ ଆଶ୍ରମରେ ଚଢଉ କରି ତାଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି। ଆଶ୍ରମ ପରିସରରେ ଗୁମ୍ଫା ଆକୃତିର ଏକ ଏକାନ୍ତ ଘରେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଜଣାପଡ଼ିଛି। ଏନେଇ ଗତକାଲି ତାଙ୍କର ୫୦ ଜଣ ଆଶ୍ରମ କର୍ମଚାରୀଙ୍କୁ ମଧ୍ୟ କ୍ରାଇମବ୍ରାଂଚ୍‌ ପଚରାଉଚରା କରିଛି। ଦାତିଙ୍କ ଦିଲ୍ଲୀ ଓ ରାଜସ୍ଥାନ ସ୍ଥିତ ଆଶ୍ରମର ସିସିଟିଭି ଫୁଟେଜ ଜବତ କରିବା ସହ ଆଶ୍ରମ ନିକଟସ୍ଥ ଲୋକଙ୍କୁ ଏନେଇ ପଚରାଉଚରା ମଧ୍ୟ ଚାଲିଛି । ଉଲ୍ଳେଖଯୋଗ୍ୟ, ୧୦ ବର୍ଷ ତଳେ ଦାତିଙ୍କ ରାଜସ୍ଥାନସ୍ଥିତ ବାଳାଶ୍ରମ ଗୁରୁକୁଳ ଆଶ୍ରମରେ ପୀଡ଼ିତା ପଢ଼ିିବାକୁ ଆସିଥିଲେ। ୨୦୧୬ ମାର୍ଚ୍ଚ ୨୫-୨୭ ତାରିଖରେ ଅଭିଯୁକ୍ତ ଦାତି ଓ ତାଙ୍କର କିଛି ସହଯୋଗୀ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିବା ନେଇ ସେ ଫତେହପୁର ପୁଲିସରେ ଅଭିଯୋଗ କରିଛନ୍ତି। ଦିଲ୍ଲୀ ଏନ୍‌ସିଆରରେ ଥିବା ଦାତି ମହାରାଜଙ୍କ ଶନିଧାମ ମନ୍ଦିରରେ ପ୍ରତି ଶନିବାର ପ୍ରବଳ ଭକ୍ତଙ୍କ ସମାଗମ ହେଉଥିବା ବେଳେ ଗତକାଲି ଏହିସ୍ଥାନ ଶୂନ୍‌୍‌ଶାନ୍‌ ଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର