ଦୁଇ ମାସ ପୂର୍ବରୁ ହୋଇଥିବା ସଡ଼କ ଦୁର୍ଘଟଣା ପାଇଁ ଆତ୍ମହତ୍ୟା କଲେ ୧୮ବର୍ଷୀୟ ଇଞ୍ଜିନିୟରିଂ ଛାତ୍ର, ଜାଣନ୍ତୁ ଆତ୍ମହତ୍ୟା ସହ କିଭଳି ଭାବରେ ଜଡ଼ିତ ଥିଲା ଦୁର୍ଘଟଣା

ନାଗପୁର : ମହାରାଷ୍ଟ୍ରର ନାଗପୁରରେ ଘଟିଥିବା ଏକ ଘଟଣା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଆତ୍ମହତ୍ୟା ପଛରେ ଜଣେ ଆତ୍ମାର ହାତ ଥିବା କଥାକୁ କେହି ବିଶ୍ୱାସ କରି ପାରୁ ନଥିବା ବେଳେ ଏ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆତ୍ମହତ୍ୟା ପରେ ମୃତ ସୌରଭଙ୍କ ସୁଇସାଇଡ଼୍‍ ନୋଟ୍‌କୁ ନେଇ ଏବେ ଚାରିଆଡ଼େ ଚାଞ୍ଚଲ୍ୟ ଖେଳି ଯାଇଛି ।

ନୋଟ୍‌ରେ, “ଦୁଇ ମାସ ତଳେ ଏକ ସଡ଼କ ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ଏକ ଛୋଟ ଶିଶୁଟିର ମୃତ୍ୟୁ ହୋଇଥିଲା । ଏବେ ଶିଶୁଟିର ଆତ୍ମା ମୋତେ ଡ଼ାକୁଛି । ମୁଁ ଆଉ ରହି ପାରିବି ନାହିଁ । ବାରମ୍ବାର ମୋ ସହ ଏପରି ଘଟୁଥିବାରୁ ମୁଁ ଆତ୍ମହତ୍ୟା ଭଳି ପଦକ୍ଷପ ନେଉଛି”; ବୋଲି ସୌରଭ ନିଜ ସୁଇସାଇଡ଼୍‍ ନୋଟ୍‌ରେ ଲେଖିଥିବା ଜଣା ପଡ଼ିଛି । “ଏହା ପୂର୍ବରୁ ମୁଁ ଦୁଇଟି ଦୁର୍ଘଟଣାର ଶିକାର ହୋଇଥିଲି । ଯାହାର କାରଣ ମଧ୍ୟ ଥିଲା, ଦୁଇ ମାସ ତଳେ ଦୁର୍ଘଟଣାର ଶିକାର ହୋଇଥିବା ସେହି ଶିଶୁ । ମୁଁ ଯିବା ପରେ ବାପା-ମା’ଙ୍କ ଧ୍ୟାନ ରଖିବୁ”; ବୋଲି ନିଜ ସୁଇସାଇଡ଼୍‍ ନୋଟ୍‌ ମାଧ୍ୟମରେ ଭଉଣୀକୁ ସେ କହିଥିବା ଜଣା ପଡ଼ିଛି ।

TimesLIVE

ଅନ୍ୟ ପକ୍ଷରେ ଏହି ଘଟଣା ଘଟିବାର ମାସକ ପୂର୍ବରୁ ସୌରଭ କାହା ସହ ଭଲ ଭାବରେ କଥା ହେଉ ନଥିବା ସହ ନିଜକୁ ଏକା ରଖୁଥିଲେ ବୋଲି ତାଙ୍କ ପରିବାର ଲୋକ ଜଣାଇଛନ୍ତି । ଏଭଳି ଏକ ଆତ୍ମା ପାଇଁ ଆତ୍ମହତ୍ୟା କରିବା ଘଟଣା ପୁଲିସ ସମେତ ପରିବାର ଲୋକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି ।

ସମ୍ବନ୍ଧିତ ଖବର